Advertisment

ବ୍ଲକ ଅଧ୍ୟକ୍ଷାଙ୍କ ଭଣଜାକୁ ଖଣ୍ଡାରେ ହାଣିଲେ, ପଥରରେ ଛେଚିଲେ

ହତ୍ୟାର ଶିକାର ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅଧ୍ୟକ୍ଷା ରେଣୁ ଗୌଡ଼ଙ୍କ ଭଣଜା ପଙ୍କଜ ଗୌଡ଼।

ଅଦ୍ୟତନ ହୋଇଛି
block chairman nephew

block chairman nephew

Advertisment

ବ୍ଲକ ଅଧ୍ୟକ୍ଷାଙ୍କ ଭଣଜାକୁ ଛକ ମଝିରେ ନିର୍ମମ ହତ୍ୟା କରାଯାଇଛି। ହତ୍ୟାର ଶିକାର ବ୍ୟକ୍ତି ଜଣକ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅଧ୍ୟକ୍ଷା ରେଣୁ ଗୌଡ଼ଙ୍କ ଭଣଜା ପଙ୍କଜ ଗୌଡ଼। ଆଜି ସଂଧ୍ୟାରେ ବେଗୁନିଆପଡ଼ାରୁ ସେ ତାଙ୍କ ଘର ଭାବିନିପୁରକୁ ଫେରୁଥିଲେ। ପଙ୍କଜଙ୍କ ସାଙ୍ଗରେ ତାଙ୍କ ଭାଇ ବିରଞ୍ଚି ଗୌଡ଼ ମଧ୍ୟ ଥିଲେ।

Advertisment

ଏହି ସମୟରେ ରାଗପୁର ଛକ ନିକଟରେ ପଙ୍କଜକୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ପଙ୍କଜଙ୍କ ଭାଇ ସେଠୁ ଖସି ଆସିବାରେ ସମର୍ଥ ହୋଇଥିଲେ। ହେଲେ ଆତତାୟୀ ମାନେ ପଙ୍କଜଙ୍କୁ ହାଣିବା ପରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଛନ୍ତି।

ତେବେ କିଏ ଏବଂ କାହିଁକି ହତ୍ୟା କରିଛନ୍ତି, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। କୁହାଯାଉଛି, ଗାଁ କମିଟି ବିବାଦରୁ ହତ୍ୟାକାଣ୍ଡ ଘଟିଛି। ଖବର ପାଇ ବେଗୁନିଆପଡା ପୁଲିସ ଖଲ୍ଲିକୋଟ ମେଡିକାଲରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛି। ପୂର୍ବରୁ ପଙ୍କଜଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ଦୁର୍ବୃତ୍ତ। ଏ ନେଇ ବେଗୁନିଆପଡା ଥାନାରେ ଦୁଇ ଦୁଇ ଥର ଅଭିଯୋଗ ହୋଇଥିଲେ ବି ପୁଲିସ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି।

Advertisment

ବିରଞ୍ଚି କହିଛନ୍ତି, ଗାଁ କମିଟି ନୂଆ ସଦସ୍ୟ ଚୟନ କରିବାକୁ କହିବାରୁ ରାଗ ରଖି ଏହି ଆକ୍ରମଣ ହୋଇଛି। ପ୍ରାୟ ୧୦ରୁ ୧୨ ଜଣ ଲୋକ ଖଣ୍ଡା ଧରି ଆକ୍ରମଣ କରିଥିଲେ। ସେ ଘଟଣାସ୍ଥଳରୁ ଲୁଚି ପଳାଇ ଆସିଥିଲେ, ହେଲେ ଆକ୍ରମଣକାରୀମାନେ ପଙ୍କଜଙ୍କୁ ମାରିଦେଲେ। ପୁଲିସ ପୂର୍ବ ବିବାଦକୁ ସମାଧାନ କରିବାକୁ ପଦକ୍ଷେପ ନ ନେବାରୁ ଏଭଳି ପରିସ୍ଥିତି ହୋଇଛି।

ସେପଟେ ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe