Advertisment

ମହିଳାଙ୍କୁ ବିଲେଇ ପ୍ରେମ ମହଙ୍ଗା ପଡ଼ିଲା, ଥାନାରେ ମାମଲା

ଅତ୍ୟଧିକ ଦୁର୍ଗନ୍ଧ ହେବା ଯୋଗୁଁ ଏହି ସାହିକୁ ପରିବା ବିକାଳି କି ବୁଲା ବିକାଳି ବି ଆସୁନାହାନ୍ତି । ଏପରିକି ଦୁଇ ଦିନ ତଳେ ବିଲେଇ ଛୁଆ ମାରି ଉତ୍କଟ ଦୁର୍ଗନ୍ଧ ହେଉଥିବା ବେଳେ ବିଲେଇ ରଖିଥିବା ମହିଳା ତାହାକୁ ଉଠାଇବାକୁ ଧ୍ୟାନ ଦେଲେନି।

Cat

Cat

Advertisment

ମହିଳାଙ୍କୁ ବିଲେଇ ପ୍ରେମ ପଡ଼ିଲା ମହଙ୍ଗା। ବିଲେଇଙ୍କ ପ୍ରତି ଅହେତୁକ ଭଲ ପାଇଥିବା ଥିବାରୁ ମହିଳାଜଣକ ଘରେ ୩୦ରୁ ଊର୍ଦ୍ଧ୍ୱ ବିଲେଇ ରଖିଛନ୍ତି। ମାତ୍ର ଏଥିଯୋଗୁ ହଟହଟା ହେଉଛନ୍ତି ସାହିବାସିନ୍ଦ। ଅବସ୍ଥା ଏପରି ଯେ, ଘରକୁ କେହି କୁଣିଆ ଆସୁ ନ ଥିବା ବେଳେ ବୁଲା ବିକାଳି ବି ଆଉ ଆସୁ ନାହାନ୍ତି। ତେଣୁ ବିଲେଇଙ୍କ ଯୋଗୁ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ସାହି ବାସିନ୍ଦା ଏଥିରୁ ନିସ୍ତାର ପାଇବାକୁ ଥାନା ଦ୍ୱାରସ୍ତ ହୋଇଛନ୍ତି। ଏପରି ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସି ୧୦ ନଂ ଓ୍ୱାର୍ଡ ଶଙ୍କର ମଠ ସାହି ପାଣି କଲୋନୀରେ ଦେଖିବାକୁ ମିଳିଛି।

Advertisment

ସାହିର ଜଣେ ମହିଳା ଘରେ ୩୦ରୁ ଅଧିକ ବିଲେଇ ପାଳିଛନ୍ତି । ମାତ୍ର ସେମାନଙ୍କ ପ୍ରତି ଧ୍ୟାନ ଦେଉ ନାହାନ୍ତି। ଫଳରେ ବିଲେଇମାନେ ଏଣେ ତେଣେ ବୁଲାବୁଲି କରିବା ସହ ବିଭିନ୍ନ ସ୍ଥାନରେ ମଳମୁତ୍ର ତ୍ୟାଗ କରୁଛି । ଏଥିଯୋଗ ସାହି ବାସିନ୍ଦାମାନେ ନାନା ପ୍ରକାରର ହଇରାଣ ହେଉଛନ୍ତି । ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବା ସହ ସଂପର୍କୀୟ ମଧ୍ୟ ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି।

ଏପରିକି ଅତ୍ୟଧିକ ଦୁର୍ଗନ୍ଧ ହେବା ଯୋଗୁଁ ଏହି ସାହିକୁ ପରିବା ବିକାଳି କି ବୁଲା ବିକାଳି ବି ଆସୁନାହାନ୍ତି । ଏପରିକି ଦୁଇ ଦିନ ତଳେ ବିଲେଇ ଛୁଆ ମାରି ଉତ୍କଟ ଦୁର୍ଗନ୍ଧ ହେଉଥିବା ବେଳେ ବିଲେଇ ରଖିଥିବା ମହିଳା ତାହାକୁ ଉଠାଇବାକୁ ଧ୍ୟାନ ଦେଲେନି। ଏଣୁ ଏନେଇ ପଦେକ୍ଷପ ଗ୍ରହଣ କରିବାକୁ ୧୦ ନଂ ଓ୍ୱାର୍ଡର କାଉନସିଲର ଦେବାଶିଷ ମିଶ୍ରଙ୍କ ନେତୃତ୍ୱରେ ମହିଳାମାନେ ଛତ୍ରପୁର ଥାନାର ଦ୍ୱାରସ୍ତ ହୋଇଛି ।

Advertisment

ମହିଳାଙ୍କର ଦୁଇଟି ଘର ଥିବାରୁ ଗୋଟିଏ ଘରେ ଏହି ସବୁ ବିଲେଇ ରଖି ମହିଳା ଜଣକ ଅନ୍ୟ ଏକ ଘରେ ରହିଛି । ସେ ରହୁଥିବା ଘରକୁ ବିଲେଇମାନଙ୍କୁ ନେବା ପାଇଁ ସାହି ବାସିନ୍ଦା କହିଲେ ସେ ସେମାନଙ୍କୁ ଗାଳି ଗୁଲଜ କରିବାକୁ ପଛାଉ ନାହାନ୍ତି। 

ଏପରିକି ପୂର୍ବରୁ ଏନଏସି କାର୍ଯ୍ୟନିର୍ବ।ହୀ ଆଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ନ ମିଳିବାରୁ ୧୦ନଂ ଓ୍ୱାର୍ଡର ମହିଳାମାନେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିବା ସହ ଗଞ୍ଜାମ ଏସପିଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ।  ଏହି ଘଟଣାକୁ ନେଇ ବିଲେଇ ରଖିଥିବା ପରିବାରର ତିନି ଜଣଙ୍କ ନାମରେ ଛତ୍ରପୁର ଥାନାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। 

Animal Love Pet Animal Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe