Advertisment

ଗଞ୍ଜେଇ ଯାଞ୍ଚ ବେଳେ ସରକାରୀ ବସ୍‌ରୁ ମିଳିଲା ୧୮ ଲକ୍ଷ ଟଙ୍କା

ଗଞ୍ଜେଇ ଚୋରା ଚାଲାଣ ନେଇ ଅଭିଯୋଗ ହେବା ପରେ ଆଜି ଅବକାରୀ ବିଭାଗ ବ୍ରହ୍ମପୁର ଲାଞ୍ଜିପଲି ବାଇପାସ୍‌ରେ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ସରକାରୀ ବସ୍‌ ଡିକିରୁ ଗଞ୍ଜେଇ ପ୍ୟାକେଟ୍‌ ଭଳି ଦେଖାଯାଉଥିବା ଗୋଟିଏ ପାର୍ସଲ ମିଳିଥିଲା।

ଅଦ୍ୟତନ ହୋଇଛି
Ganjam

Ganjam

Advertisment

ଗଞ୍ଜେଇ ଚଢ଼ଉ ବେଳେ ସରକାରୀ ବସରୁ ମିଳିଲା ନଗଦ ୧୮ ଲକ୍ଷ ଟଙ୍କା। ଏହି ମାମଲାରେ ଜଣକୁ ପୁଲିସ୍‌ ଅଟକ ରଖିଛି। ଅଟକ ବ୍ୟକ୍ତିଙ୍କ ନାଁ ହେଉଛି ସଞ୍ଜୟ ସାହୁ। ତାଙ୍କ ଘର ଯାଜପୁର ଜିଲ୍ଲା କୁଆଖିଆ ମଧୁବନ ଅଞ୍ଚଳର ବୋଲି ଜଣାପଡ଼ିଛି।

Advertisment

ଗଞ୍ଜେଇ ଚୋରା ଚାଲାଣ ନେଇ ଅଭିଯୋଗ ହେବା ପରେ ଆଜି ଅବକାରୀ ବିଭାଗ ବ୍ରହ୍ମପୁର ଲାଞ୍ଜିପଲି ବାଇପାସ୍‌ରେ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ସରକାରୀ ବସ୍‌ ଡିକିରୁ ଗଞ୍ଜେଇ ପ୍ୟାକେଟ୍‌ ଭଳି ଦେଖାଯାଉଥିବା ଗୋଟିଏ ପାର୍ସଲ ମିଳିଥିଲା। ଏହାକୁ ଯାଞ୍ଚ କରିବାରୁ ସେଥିରୁ ନଗଦ ୧୮ ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କା ନେଇ ଯାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ସଞ୍ଜୟ ସାହୁ। ପଚରାଉଚରା ବେଳେ ସେ କହିଛନ୍ତି, ଚିନାବାଦାମ ବିକ୍ରି ବାବଦକୁ କଲେକସନ୍‌ ହୋଇଥିବା ଟଙ୍କା ଧରି ଆସୁଥିଲି। ତେବେ ସଞ୍ଜୟଙ୍କ କଥାରେ ତାଳମେଳ ରହୁନଥିବାରୁ ଅବକାରୀ ବିଭାଗ ତାଙ୍କୁ ଥାନାରେ ଅଟକ ରଖିଛି।

ସଞ୍ଜୟ ସାହୁ କହିଛନ୍ତି, ବୁଧବାର ରାତିରେ ବ୍ରହ୍ମପୁର ଯାଇଥିଲି। ଆଜି ତିନିଟି ସ୍ଥାନରୁ କଲେକ୍‌ସନ୍‌ କରିଥିଲି। ସେହି ଟଙ୍କା ଧରି ବସରେ ମଧୁବନ ଫେରୁଥିବା ବେଳେ ମୋତେ ଅଟକାଇଛନ୍ତି ବୋଲି ସେ କହିଛନ୍ତି।

Advertisment

ରିପୋର୍ଟ- ବ୍ରହ୍ମପୁରରୁ ଜଗନ୍ନାଥ ସାହୁ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe