ଶାସକ ଦଳର ବିଧାୟକଙ୍କୁ ଡରୁଛି କରୋନା !

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) କରୋନା କଟକଣାକୁ ଫୁ । ଖୋଦ୍ ଶାସକ ଦଳର ବିଧାୟକ ବିରୋଧରେ ଆସିଛି ଏଭଳି ଗୁରୁତର ଅଭିଯୋଗ। ଶହ ଶହ ସଂଖ୍ୟାରେ ଲୋକଙ୍କୁ ନେଇ ଆୟୋଜନ ହୋଇଛି ଶ୍ରାଦ୍ଧବାର୍ଷିକୀ ଭୋଜି । ଗଂଜାମ ଜିଲ୍ଲା ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭୋଜିର ଆୟୋଜନ କରିଥିଲେ । ଏହି ଭିଡିଓ ଏବେ ଭାଇରାଲ ହୋଇଛି। ତେବେ ଏଥିରେ ଅଜସ୍ର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହଜାର ହଜାର […]

7gb

Tapas Behera
  • Published: Monday, 26 July 2021
  • , Updated: 26 July 2021, 07:09 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) କରୋନା କଟକଣାକୁ ଫୁ । ଖୋଦ୍ ଶାସକ ଦଳର ବିଧାୟକ ବିରୋଧରେ ଆସିଛି ଏଭଳି ଗୁରୁତର ଅଭିଯୋଗ। ଶହ ଶହ ସଂଖ୍ୟାରେ ଲୋକଙ୍କୁ ନେଇ ଆୟୋଜନ ହୋଇଛି ଶ୍ରାଦ୍ଧବାର୍ଷିକୀ ଭୋଜି । ଗଂଜାମ ଜିଲ୍ଲା ସୋରଡ଼ା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭୋଜିର ଆୟୋଜନ କରିଥିଲେ । ଏହି ଭିଡିଓ ଏବେ ଭାଇରାଲ ହୋଇଛି। ତେବେ ଏଥିରେ ଅଜସ୍ର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିଲା ଖାଦ୍ୟ ।

କୋଭିଡ୍ ନିୟମ ଉଲ୍ଲଂଘନ କରି ଭୋଜି ଖାଇବାକୁ ଧାଡ଼ି ଲଗାଇଛନ୍ତି ଜଣଙ୍କ ପାଖରେ ଆଉ ଜଣେ ବସିଛନ୍ତି । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଅମୃତୁଲୁ ଗାଁର ଏ ଦୃଶ୍ୟ । ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ତାଙ୍କ ବାପା ମହାଦେବ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଭୋଜିର ଆୟୋଜନ କରିଥିଲେ।

ଏହି ଅବସରରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ ମଧ୍ୟ ହୋଇଥିଲା । କରୋନା ମହାମାରୀ ସ୍ଥିତିରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟକ୍ରମର ଆୟୋଜନ ଲାଗି ନିୟମ ଥିବାବେଳେ ଏଠାରେ ଆଇନର ଉଲ୍ଲଂଘନ କରାଯାଇଛି । ରକ୍ତଦାନ ଶିବିରରେ ମଧ୍ୟ ଅନେକ ଲୋକ କୋଭିଡ୍ କଟକଣା ନମାନି ରକ୍ତଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତେବେ ଏ ନେଇ ବିଜେଡି ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related story