Advertisment

କାମ ହୋଇନି, କିନ୍ତୁ ଟଙ୍କା ଉଠାଇ ଖାଇଗଲେ!

ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ପଞ୍ଚାୟତର ଶାଳୁଆପଲ୍ଲୀ, ଭାଲିଆଖାଇ, ହସନାପଲ୍ଲି, ଡେଙ୍ଗାପଦର, ମୁଦୁଲିପଲ୍ଲୀ ଗାଁ ଗୁଡ଼ିକୁ ଜମି ହୁଡ଼ା ମରାମତି ଓ ଚାଷ ଜମି ସମତଳ କରିବା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା।

author-image
Manoranjan Sial
Ganjan

Ganjan

ମନରେଗା ହେଇଛି ବାଟବଣା! ମାଟି ମୁଠାଏ ପଡ଼ିନି। କିନ୍ତୁ ବିଲ୍‌ ହୋଇ ଟଙ୍କା ଉଠିଛି। ଏପରି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ତରବରିଆ ଭାବେ ମେସିନ୍‌ ସହାଯ୍ୟରେ ଜମି ହୁଡା କାମ ମରାମତି କରାଯାଉଛି।

Advertisment

ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲୀ ପଞ୍ଚାୟତର ଶାଳୁଆପଲ୍ଲୀ, ଭାଲିଆଖାଇ, ହସନାପଲ୍ଲି, ଡେଙ୍ଗାପଦର, ମୁଦୁଲିପଲ୍ଲୀ ଗାଁ ଗୁଡ଼ିକୁ ଜମି ହୁଡ଼ା ମରାମତି ଓ ଚାଷ ଜମି ସମତଳ କରିବା ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୫ ଲକ୍ଷ ଟଙ୍କାର ଅନୁଦାନ ଆସିଥିଲା। ହେଲେ ଆଜି ଯାଏଁ ଜମି ହିଡ଼ ମରାମତି ହୋଇନାହିଁ। କିନ୍ତୁ ଚାଷୀଙ୍କ ଅଜାଣତରେ ଜମିହିଡ ମରାମତି ନାଁରେ ଅର୍ଥ ହରିଲୁଟ ହୋଇଥିବା ମନରେଗା ପୋର୍ଟାଲରୁ ଜଣାପଡ଼ିଛି।

ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁସାରେ ଭାଲିଆଖାଇ ଗାଁର ଜମି ଉନ୍ନତି କରଣ ପାଇଁ ୨୧ ଜଣ ଶ୍ରମିକଙ୍କ ଖାତାକୁ ଯାଇଛି ୪ ଲକ୍ଷ ୮୭ ହଜାର ଟଙ୍କା। ହସନାପଲ୍ଲୀ ଗାଁରେ ୩ ଜଣ ଶ୍ରମିକଙ୍କ ଖାତାକୁ ଯାଇଛି ୭୨ ହଜାର ୬୦୦ ଟଙ୍କା ଓ ମୁଦୁଲିପଲ୍ଲୀ ଗ୍ରାମରେ ୨୦ ଜଣ ଶ୍ରମିକଙ୍କ ଖାତାକୁ ଯାଇଛି ଲକ୍ଷେ ୩୬ ହଜାର ଟଙ୍କା। ଡେଙ୍ଗାପଦର ଗାଁର ୭ ଜଣ ଶ୍ରମିକ ଖାତାକୁ ଯାଇଛି ଲକ୍ଷେ ୭୧ ହଜାର ଟଙ୍କା ଓ ଶାଳୁଆପଲ୍ଲୀର ୭ ଜଣ ଶ୍ରମିକଙ୍କ ଖାତାକୁ ଯାଇଛି ଲକ୍ଷେ ୭୫ ହଜାର ଟଙ୍କା। ବର୍ତ୍ତମାନ ସୁଦ୍ଧା ୫୮ ଜଣ ଶ୍ରମିକଙ୍କ ଖାତାକୁ ଯାଇଛି ୧୦ ଲକ୍ଷ ଟଙ୍କା। ଗାଁର କାହାରି ଜମିରେ ମୁଠାଏ ମାଟି ପଡିନଥିବା ବେଳେ ଟଙ୍କା ଉଠିଲା କେମିତି ବୋଲି ଚାଷୀ ପ୍ରଶ୍ନ କରିଛନ୍ତି।

Advertisment

ଏ ସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ କହିଛନ୍ତି, ମନରେଗାରେ ଚାଷୀଙ୍କ ଚାଷ ଜମିର ମରାମତି ପାଇଁ ଅର୍ଥ ପ୍ରଦାନ କରାଯାଇଥାଏ। ଯଦି କିଛି ଅନିୟମିତତା ହୋଇଥିବା ଚାଷୀମାନେ ପ୍ରକାଶ କରୁଛନ୍ତି, ତାହାହେଲେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି।

ରିପୋର୍ଟ-ଭଞ୍ଜନଗରରୁ ଶିଲୁ ବିଶ୍ୱାଳ

Ganjam MGNREGS