Advertisment

ବାହାଘରକୁ ତିନି ଦିନ ବିତିନି, ହାତ ଧରାଧରି ହୋଇ ଚାଲିଗଲେ!

ଇଚ୍ଛାପୁରର ଜି.ବେଣୁଙ୍କୁ ବ୍ରହ୍ମପୁର ସି.ଏଚ. ପ୍ରଣୀତା ବିବାହ କରିଥିଲେ। ବୈଦିକ ରୀତିନୀତିରେ ହୋଇଥିଲା ବିବାହ ଉତ୍ସବ। ଆଜି ଜି.ବେଣୁ ପତ୍ନୀଙ୍କୁ ଧରି ବାଇକ୍‌ରେ ବ୍ରହ୍ମପୁର ଆସୁଥିଲେ। ଗୋଳନ୍ଥରା ଥାନା ସମ୍ମୁଖରେ ଥିବା ବୁଲାଣିରେ ଅପରପାର୍ଶ୍ୱରୁ ଆସୁଥିବା ଏକ ଟ୍ରାକ୍ଟର ଧକ୍କା ଦେଇଥିଲା।

ଅଦ୍ୟତନ ହୋଇଛି
Married Couple

Married Couple

Advertisment

ତିନି ଦିନ ତଳେ ପଡ଼ିଥିଲା ହାତ ଗଣ୍ଠି। ଲିଭିନି ଅଳତା, ଘରୁ ଯାଇନାହାନ୍ତି କୁଣିଆ ମୈତ୍ର। ହେଲେ ଆଜି ଲଭିଗଲା ନବ ଦମ୍ପତିଙ୍କ ଜୀବନ ଦୀପ। ବାହାଘର ତୃତୀୟ ଦିନରେ ସ୍ୱାମୀ-ସ୍ତ୍ରୀ ବାଇକ୍‌ରେ ବ୍ରହ୍ମପୁର ଯାଉଥିବା ବେଳେ ମଝି ରାସ୍ତାରେ ଧକ୍କା ଦେଲା ଟ୍ରକ୍ଟର। ଆଉ ହାତ ଧରାଧରି ହୋଇ ଅଫେରା ରାଇଜକୁ ଚାଲିଗଲେ ନବ ଦମ୍ପତି!

Advertisment

ଗତ ୧୦ ତାରିଖରେ ଇଚ୍ଛାପୁରର ଜି.ବେଣୁଙ୍କୁ ବ୍ରହ୍ମପୁର ସି.ଏଚ. ପ୍ରଣୀତା ବିବାହ କରିଥିଲେ। ବୈଦିକ ରୀତିନୀତିରେ ହୋଇଥିଲା ବିବାହ ଉତ୍ସବ। ଆଜି ଜି.ବେଣୁ ପତ୍ନୀଙ୍କୁ ଧରି ବାଇକ୍‌ରେ ବ୍ରହ୍ମପୁର ଆସୁଥିଲେ। ଗୋଳନ୍ଥରା ଥାନା ସମ୍ମୁଖରେ ଥିବା ବୁଲାଣିରେ ଅପରପାର୍ଶ୍ୱରୁ ଆସୁଥିବା ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ଫଳରେ ନବ ଦମ୍ପତି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଛି। ଗୋଳନ୍ଥରା ଥାନା ପୁଲିସର ଗାଡ଼ି ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment
Ganjam Roadaccident Road Accident Newly Married Couple Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe