/odisha-reporter/media/post_attachments/uploads/2021/04/Vaccine-13.jpg)
Vaccine
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କୋଭିଡ୍ ଟିକା ନେଇ ଖୁସି ଖବର। ବରିଷ୍ଠ ନାଗରିକଙ୍କ ପାଇଁ ବ୍ରହ୍ମପୁରରେ ବିଶେଷ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ନାଗରିକଙ୍କ ଘରେ ପହଞ୍ଚି ଦିଆଯିବ ଟିକା। ସୋମବାର ଠାରୁ ଘରେ ଟିକା ଭ୍ୟାନ୍ ପହଞ୍ଚି ବୟସ୍କଙ୍କୁ ଦେବ ଟିକା। ଏଥିପାଇଁ ଏକ ସ୍ୱତନ୍ତ୍ର ଭ୍ୟାନ୍ ବ୍ୟବସ୍ଥା କରାଯାଇଛି। ଏ ନେଇ ଗଂଜାମ ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛି।
https://twitter.com/Ganjam_Admin/status/1393526253945167874?s=20
ଟିକାକରଣ କେନ୍ଦ୍ର ଗୁଡ଼ିକରେ ପ୍ରବଳ ଗହଳି ଜମୁଛି। ସ୍ଥିତି ଏମିତି ହେଉଛି ଯେ, ଟିକା ନେବାକୁ ଆସୁଥିବା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନି। ଫଳରେ କରୋନା ଦାଉରୁ ବଞ୍ଚିବା ପାଇଁ ଭ୍ୟାକ୍ସିନ୍ ନେବାକୁ ଆସି ଓଲଟି ବିପଦକୁ ଆମନ୍ତ୍ରଣ କରୁଥିବା ଚର୍ଚ୍ଚା ହୋଇଥିଲା। ସେହିପରି ବୃଦ୍ଧବୃଦ୍ଧାମାନେ ଟିକାକରଣ କେନ୍ଦ୍ରକୁ ଆସି ବହୁ ହଇରାଣ ହରକତ ହେଉଥିଲେ।
ଏପରିସ୍ଥଳେ ବ୍ରହ୍ମପୁର ମହାନଗର ନିଗମର ପଦକ୍ଷେପ ଉଲ୍ଲେଖନୀୟ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମରେ ଡ୍ରାଇଭ୍ ଇନ୍ ଟିକା ବ୍ୟବସ୍ଥା କରାଯାଇଛି। ତେବେ ଗୋଟିଏ ପଟେ ଟିକାର ଅଭାବ ଥିବା ବେଳେ ବିଏମସି ପକ୍ଷରୁ ଏହି ଅଭିଯାନ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
