Advertisment

ପଦାରେ ପଡ଼ିଲା ଜେଲରେ ଆସାଧୁ କର୍ମଚାରୀ ଓ କଏଦୀଙ୍କ ସୁସମ୍ପର୍କ!

ଆସିକା(ମନୋଜ ମୁନି): ଆସିକା ଜେଲ ଭିତରୁ ଅପରାଧୀ ତତ୍ତ୍ୱର ପରିଚାଳନା ହେଉଥିବା ସାମ୍ନାକୁ ଆସିଛି। ଏଥିରେ କାରାଗାରର କର୍ମଚାରୀ ମଧ୍ୟ ସଂଶ୍ଳିଷ୍ଟ ଥିବା ବିଷୟ ପଦାକୁ ଅସିଛି। ସବ ଆସିଷ୍ଟାଣ୍ଡ ଜେଲରଙ୍କ ନାମରେ ମାମଲା ରୁଜୁ ହେବା ଘଟଣା ପୂରା ଚର୍ଚ୍ଚାର ବିଷୟ ପାଲଟିଛି। ଆସିକା ଉପକାରାଗାର ମଧ୍ୟରୁ ପାଞ୍ଚଟି ଜବତ ମୋବାଇଲକୁ ଆସିକା ଥାନାରେ ଦାଖଲ କରାଯାଇଥିବା ନେଇ ଜେଲ ପ୍ରିଜନର ସନ୍ତୋଷ ଉପାଧ୍ୟାୟଙ୍କ ଟ୍ୱିଟ ମାଧ୍ୟମରେ ପ୍ରକାଶ କରିବା ପରେ ଏବେ ଏହାକୁ ନେଇ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପଦାରେ ପଡ଼ିଲା ଜେଲରେ ଆସାଧୁ କର୍ମଚାରୀ ଓ କଏଦୀଙ୍କ ସୁସମ୍ପର୍କ!

jail

ଆସିକା(ମନୋଜ ମୁନି): ଆସିକା ଜେଲ ଭିତରୁ ଅପରାଧୀ ତତ୍ତ୍ୱର ପରିଚାଳନା ହେଉଥିବା ସାମ୍ନାକୁ ଆସିଛି। ଏଥିରେ କାରାଗାରର କର୍ମଚାରୀ ମଧ୍ୟ ସଂଶ୍ଳିଷ୍ଟ ଥିବା ବିଷୟ ପଦାକୁ ଅସିଛି। ସବ ଆସିଷ୍ଟାଣ୍ଡ ଜେଲରଙ୍କ ନାମରେ ମାମଲା ରୁଜୁ ହେବା ଘଟଣା ପୂରା ଚର୍ଚ୍ଚାର ବିଷୟ ପାଲଟିଛି। ଆସିକା ଉପକାରାଗାର ମଧ୍ୟରୁ ପାଞ୍ଚଟି ଜବତ ମୋବାଇଲକୁ ଆସିକା ଥାନାରେ ଦାଖଲ କରାଯାଇଥିବା ନେଇ ଜେଲ ପ୍ରିଜନର ସନ୍ତୋଷ ଉପାଧ୍ୟାୟଙ୍କ ଟ୍ୱିଟ ମାଧ୍ୟମରେ ପ୍ରକାଶ କରିବା ପରେ ଏବେ ଏହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି।

Advertisment

ଏହି ଉପକାରାଗାରରେ ଆସିକା, ଧରାକୋଟ, ବଡ଼ଗଡ଼, ଶେରଗଡ଼ ଓ ଗଙ୍ଗାପୁର ଭଳି ୫ଟି ଥାନା ଇଲାକାର ବହୁ ଅପରାଧିମାନେ ଅଛନ୍ତି। ଏମାନେ ହତ୍ୟା, ହତ୍ୟାଉଦ୍ୟମ, ଡକାୟତି, ଚୋରି, ରାହଜାନୀ ଭଳି ବିଭିନ୍ନ ଅପରାଧ କର୍ଯ୍ୟରେ ଲିପ୍ତଥିବା ଜଣାପଡିଛି। ଏମାନଙ୍କ ମଧ୍ୟରେ ଆଠ ଗୋଟି ଦଳରେ ବିଭକ୍ତ ହୋଇ ସେମାନଙ୍କ ନେଟୱାର୍କ ମୋବାଇଲ ଜରିଆରେ କଣ୍ଟ୍ରୋଲ କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡିଛି। ବିଶେଷ କରି ଟେଣ୍ଡର ଫିସିଙ୍ଗ, ମଦ କାରବାର, ଜମି କିଣାବିକା, ବାଲି ଓ ପାହାଡ଼ ଗୁତାକୁ ଅନାୟାସରେ ମୋବାଇଲରେ କରିପାରୁଥିବା କଥା ପଦାକୁ ଅସିଛି।

ଜେଲ ଭିତରେ ଜାମର ବ୍ୟବସ୍ଥା ନଥିବା ବେଳେ ସିସି କ୍ୟାମେରା ଆବଶ୍ୟକ ମୁତାବକ କଏଦୀ ରହୁଥିବା ରୁମରେ ନଲାଗିବା କାରଣରୁ ଏହି ଢିଲା ବ୍ୟବସ୍ଥା ଯୋଗୁ ଏଭଳି ପରିସ୍ଥିତି ସାମନାକୁ ଅସିଛି। ଆବଶ୍ୟକ ମୁତାବକ କର୍ମଚାରୀ ଅଭାବ କାରଣରୁ ଉକ୍ତ କାର୍ଯ୍ୟରେ ଯେଉଁ ଆସାଧୁ କର୍ମଚାରୀଙ୍କ ନିୟୋଜିତ ହେଉଛନ୍ତି, ତାଙ୍କରି ଜରିଆରେ ଜେଲରେ ଥିବା ଦୁର୍ଦ୍ଦାନ୍ତ କଏଦୀ ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଏବଂ ଧମକ ଦେଖାଇ ନିଜର କାର୍ଯ୍ୟ ହାସଲ କରିବାରେ ସଫଳ ହେଉଥିବା ବିଷୟ ମୋବାଇଲ ଜବତ ଘଟଣାରୁ ଜଣାପଡିଛି। ଯେଉଁ ତିନୋଟି ସ୍ମାର୍ଟ ଫୋନ ଏବଂ ଦୁଇଟି କିପ୍ୟାଡ୍ ମୋବାଇଲ ଜବତ ହୋଇଥିଲା ତାହା ଆସିକା ଜେଲ ଅଧୀକ୍ଷକ ଛୁଟିରେ ଯାଇଥବା ସମୟର ଘଟଣା ଥିଲା।

Advertisment

ଜେଲର ଦିଲ୍ଲୀପ କୁମାର ଜେନା ଛୁଟିରୁ ଫେରିଥିଲେ ମଧ୍ୟ ମୋବାଇଲ ଘଟଣା ସମ୍ପର୍କରେ କିଛି କହିନଥିଲେ ସବ ଆସିଷ୍ଟାଣ୍ଡ ଜେଲର ଏ ରାମା ରାଓ। ଏ ବିଷୟ ଜେଲର ଜାଣିବା ପରେ ସିଧା ରାମା ରାଓଙ୍କୁ ଡକାଇ ପଚାରିବା ଫଳରେ ଉତକ୍ଷୀପ୍ତ ହୋଇ ଗାଳି ଗୁଲଜ ଆରମ୍ଭ କରିଦେଇଥିଲେ। ଏକଥା ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ଜେଲର। ଉପରିସ୍ଥ ଅଧିକାରୀମାନେ ଏଥିରେ ହସ୍ତକ୍ଷେପ କରିଥିଲେ ମଧ୍ୟ ତାହା ଜେଲ ଚାରି କାନ୍ଥ ମଧ୍ୟରେ ରହିଲା ନାହିଁ।

ଶେଷରେ ଜେଲର ଜବତ ମୋବାଇଲକୁ ପୁଲିସକୁ ଦେବା ସହ ସବ ଆସିଷ୍ଟାଣ୍ଟ ଜେଲର ଏ ରାମା ରାଓଙ୍କ ବିରୋଧରେ ଏତଲା ଦେଇଛନ୍ତି। ଆସିକା ଥାନାରେ ଏ ନେଇ କେସ ନମ୍ବର 334/21ରେ ଏକ ମାମଲା ରୁଜୁ କରାଯାଇଥିବାର ସୂଚନା ଦେଇଛନ୍ତି ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ। ଏମିତିକି ଜବତ ମୋବାଇଲରେ ପଡିଥିବା ସିମ୍ କାହା ନାମରେ ରହିଛି ଏବଂ କାହା କାହାକୁ ଫୋନ କରାଯାଇଛି, ତାହାର ଲିଷ୍ଟ ପୁଲିସ ବାହାର କରୁଛି। ଏପରିକି ଜବତ ମୋବାଇଲର ଇଏମଆଇ ନମ୍ବରରୁ ତଦନ୍ତ ପ୍ରକ୍ରିୟା ପୁଲିସ ଆରମ୍ଭ କରିଦେଇଛି।

Corrupt Police