Advertisment

ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କଲେ ସୁରତ ଫେରନ୍ତା; କହିଲେ- ଦାଦନ ଜିଲ୍ଲା ଭାବେ ଗଞ୍ଜାମ ଦେଶର ୧ ନମ୍ବର ହେବ

‘ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧି କରି ରାଜ୍ୟରେ ୨୩ ବର୍ଷ ଧରି ଶାସନରେ ବସିଲ। କିନ୍ତୁ ଜିଲ୍ଲାରେ କୌଣସି କଳାକାରଖାନା କରି ପାରିଲ ନାହିଁ। ଯାହାଫଳରେ ହଜାର ହଜାର ଯୁବକ ଓ ଯୁବତୀ ପାଠପଢି ଉଚ୍ଚ ଶିକ୍ଷିତ ହେବା ପରେ ବେକାର ହେଉଛନ୍ତି।’

ଅଦ୍ୟତନ ହୋଇଛି
Ganjam

Ganjam

Advertisment

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଥିଲେ। ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶରେ ନମ୍ୱର ୱାନ୍‌ ଜିଲ୍ଲା ହେବ ଗଞ୍ଜାମ। ମୁଖ୍ୟମନ୍ତ୍ରୀଙ୍କ ଏହି ଡାଇଲଗ୍‌କୁ କଟାକ୍ଷ କରିଛନ୍ତି ସୁରତ ଫେରନ୍ତା। ସେ କହିଛନ୍ତି, ଦାଦନ ଜିଲ୍ଲା ଭାବେ ଦେଶର ନମ୍ୱର ୱାନ୍‌ ହେବ ଗଞ୍ଜାମ।

Advertisment

ଖଲ୍ଲିକୋଟ ବ୍ଲକର ଭରସା-ନୂଆପଲ୍ଲୀ ଗାଁର ଶ୍ରୀଧର ମହାନ୍ତି। ସେ ବିଏ ପାସ୍‌ କରିଛନ୍ତି। ଓଡ଼ିଶାରେ ଚାକିରି ନପାଇବାରୁ ପରିବାର ଭରଣ ପୋଷଣ ପାଇଁ ସୁରତ ଚାଲିଗଲେ। ଦୀର୍ଘ ୫ ବର୍ଷ ହେଲା ସୁରତରେ କାମ କରୁଛନ୍ତି। ଦଣ୍ଡ ନାଚ ପାଇଁ ସେ ଏବେ ଗାଁକୁ ଫେରିଛନ୍ତି। ଗାଁରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି।

ସେ କହିଛନ୍ତି, ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧି କରି ରାଜ୍ୟରେ ୨୩ ବର୍ଷ ଧରି ଶାସନରେ ବସିଲ। କିନ୍ତୁ ଜିଲ୍ଲାରେ କୌଣସି କଳାକାରଖାନା କରି ପାରିଲ ନାହିଁ। ଯାହାଫଳରେ ହଜାର ହଜାର ଯୁବକ ଓ ଯୁବତୀ ପାଠପଢି ଉଚ୍ଚ ଶିକ୍ଷିତ ହେବା ପରେ ବେକାର ହେଉଛନ୍ତି। ନିଜ ଅଞ୍ଚଳରେ ଚାକରି କିମ୍ବା ଜିଇଁବା ପାଇଁ ଉପାୟ ନପାଇ ସୁରତ, ବେଙ୍ଗାଲୁରୁ, ଗୋଆ ଯାଉଛନ୍ତି। ଏଥିରୁ ଜଣାପଡ଼ୁଛି ଦାଦନ ଜିଲ୍ଲା ଭାବେ ଗଞ୍ଜାମ ଦେଶର ୧ ନମ୍ବର ହବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Advertisment

ସେହିପରି ଆଉ ଜଣେ ଦାଦନ ହେଉଛନ୍ତି କାଳିଆ ପରିଡ଼ା। +୨ ପାସ କରିବା ପରେ ପରିବାର ପ୍ରତିପୋଷଣ ପାଇଁ ସୁରତ ଯାଇଥିଲେ। ସେଠାରେ କାମ କରୁଥିଲେ। ଏବେ ସେ ଗାଁକୁ ଫେରିଛନ୍ତି। ସେ କହିଛନ୍ତି, ଆମେ ପିଲା ପରିବାର ଛାଡି ବର୍ଷ ବର୍ଷ ଧରି ସୁରତରେ ଖଟୁଛୁ। ଦୁଃଖ ଲାଗୁଛି, ନିଜ ଭିଟା ମାଟି ଛାଡି ଆମେ ବାହାରେ ରହୁଛୁ। ଆମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଅଛନ୍ତି। ସେ ୨୩ ବର୍ଷ ଧରି ଶାସନ ଗାଦିରେ ବସିଛନ୍ତି। ହେଲେ ସେ ଆମକୁ କାହିଁକି ଆମ ନିଜ ଅଞ୍ଚଳରେ ରୋଜଗାର ଦେଇପାରୁ ନାହାନ୍ତି ବୋଲି ଶ୍ରୀ ପରିଡ଼ା ପ୍ରଶ୍ନ କରିଛନ୍ତି।

ସୂଚନାରୁ ପ୍ରକାଶ, ଗଞ୍ଜାମ ଜିଲ୍ଲାରେ ଚାକିରି ନପାଇ ପରିବାର ଭରଣ ପୋଷଣ ପାଇଁ ପ୍ରତିଦିନ ହଜାର ହଜାର ଯୁବକ ଓ ଯୁବତୀ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ହେଲେ ସେଠାରେ ସେମାନେ ନିର୍ଯାତନାରେ ଶିକାର ହେଉଥିବା ଦେଖିବାକୁ ମିଳିଛି।

ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Ganjam Migrant Labors Distress Migration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe