Advertisment

ଡାକ୍ତର ସାଜିଲେ ଦ୍ୱିତୀୟ ଭଗବାନ; ନାବାଳକଙ୍କ ଶରୀରରୁ ବାହାର କଲେ ଶାବଳ

ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଡାକ୍ତରଙ୍କୁ ନେଇ ଗଠିତ ଟିମ୍‌ ୫ ଘଣ୍ଟା କାଳ ଅପରେସନ କରିବା ପରେ ଶାବଳଟିକୁ ବାହାର କରିବାରେ ସକ୍ଷମ ହୋଇ ପାରିଛନ୍ତି । ନାବାଳକଜଣକ ସୁରକ୍ଷିତ ଥିବା ଜଣାଯାଇଛି।

author-image
Niharika Rout
Iron Rod

Iron Rod

ଡାକ୍ତରଙ୍କୁ କୁହାଯାଏ ଦ୍ୱିତୀୟ ଭଗବାନ । ଶାବଳ ପଶି ଗୁରୁତର ହୋଇ ପଡ଼ିଥିବା ଜଣେ ନାବାଳକଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ମିଳିଛି ପୁନଃ ଜୀବନ । ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଡାକ୍ତରଙ୍କୁ ନେଇ ଗଠିତ ଟିମ୍‌ ୫ ଘଣ୍ଟା କାଳ ଅପରେସନ କରିବା ପରେ ଶାବଳଟିକୁ ବାହାର କରିବାରେ ସକ୍ଷମ ହୋଇଥିବା ବେଳେ ନାବାଳକଜଣକ ସୁରକ୍ଷିତ ଥିବା ଜଣାଯାଇଛି। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳସୁବର୍ଣ୍ଣଗିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ଗୁରୁତର ନାବାଳକଜଣକ ହେଲେ ତଳସୁବର୍ଣ୍ଣଗିରି ଅଞ୍ଚଳର ସନାତନ ପାଟଗୁରୁଙ୍କ ୧୬ ବର୍ଷର ପୁଅ ଶକ୍ତି ପାଟଗୁରୁ ।

Advertisment

ଶକ୍ତି ପାଟଗୁରୁ ଗତ ଶନିବାର ନିକଟସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ନିର୍ମାଣ କାମ କରିବା ପାଇଁ ଯାଇଥିଲେ। ସେଠାରେ ସେ ଉପରକୁ ଚଢ଼ି ଭାଙ୍ଗି ଯାଇଥିବା ଆଜବେଷ୍ଟସ ଉପରେ ଛିଡ଼ା ହୋଇ ଯାଇଥିଲେ। ସେହି ସମୟରେ ଘର ଭିତରେ ଅନ୍ୟଜଣେ ଶ୍ରମିକ ଏକ ଶାବଳ ଧରି ଠିଆ ହୋଇଥିଲେ। ଅସାବଧାନତା ଯୋଗୁଁ ଶକ୍ତି ଭଙ୍ଗା ଆଜବେଷ୍ଟସରୁ ତଳକୁ ଖସି ପଡ଼ିଥିଲେ । ଉକ୍ତ ସମୟରେ ଘର ଭିତରେ ଶାବଳଟି ତଙ୍କ ମଳଦ୍ୱାରରେ ପଶିଯାଇଥିଲା।

ଖବରପାଇ ପରିବାର ଲୋକେ ଶକ୍ତିକୁ ଗୁରୁତର ଅବସ୍ଥାରେ ପ୍ରଥମା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଶକ୍ତିକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତକାଲି ତାଙ୍କର ଅପରେସନ ହୋଇଛି।

Advertisment

ଶକ୍ତିଙ୍କ ଅବସ୍ଥା ସଂକଟାପନ୍ନ ଥିବା ଦେଖି ତୁରନ୍ତ ତାଙ୍କ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲର ସର୍ଜରୀ ବିଭାଗ ଆସୋସିଏଟ ପ୍ରଫେସର ଡାକ୍ତର ଆଇ. ଗୋପାଳଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଥିଲା । ସର୍ଜରୀ ବିଭାଗର ୫ ଜଣ ଡାକ୍ତରଙ୍କ ସମେତ ଆନାସ୍ଥେସିଆ ବିଭାଗର ୫ ଜଣ ଡାକ୍ତର ଏହି ଅପରେସନରେ ସାମିଲ ହୋଇଥିଲା।

ପ୍ରାୟ ୫ ଘଣ୍ଟାର ଅପରେସନ ପରେ ଶକ୍ତିଙ୍କ ଶରୀରରୁ ସୁରକ୍ଷିତ ଭାବେ ଶାବଳଟିକୁ ବାହାର କରି ଦିଆଯାଇଛି। ଏବେ ସେ ଆଇସିୟୁରେ ଥିବା ବେଳେ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ଡା.ଗୋପାଳଙ୍କ ସୂଚନା ଅନୁଯାୟୀ, ଶାବଳଟି ଶକ୍ତିଙ୍କ ଶରୀରରୁ ବାହାର କରିବା ଏକ ଚ୍ୟାଲେଞ୍ଜ୍ ସଦୃଶ ଥିଲା। ଶାବଳଟି ସୌଭାଗ୍ୟବଶତଃ ମେରୁଦଣ୍ଡ, ପଞ୍ଜିରା ହାଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ସ୍ପର୍ଶ କରି ନ ଥିବା ବେଳେ ପେଲ୍‌ଭିସ୍‌ ହାଡ଼ ଭାଙ୍ଗି ଯାଇଛି। ଯଦି ଶାବଳଟି ମେରୁଦଣ୍ଡ କିମ୍ବା ଅନ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ଅଙ୍ଗକୁ ସ୍ପର୍ଶ କରିଥାନ୍ତା ତେବେ ଶକ୍ତିଙ୍କୁ ବଞ୍ଚାଇବା ମୁସ୍କିଲ ହୋଇ ପଡ଼ିଥାନ୍ତା। ଶାବଳଟି ପଶିବା ଫଳରେ ଶରୀରର ଯେଉଁ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି କିମ୍ବା ହାଡ଼ ଭାଙ୍ଗିଛି ପରବର୍ତ୍ତୀ ସମୟରେ ପରବର୍ତ୍ତୀ ସମୟରେ ତାହାର ଚିକିତ୍ସା କରାଯିବ।

ଏଭଳି ଅପରେସନରେ ନିୟୋଜିତ ଡାକ୍ତରୀ ଟିମ୍‌ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Rare Surgery