Advertisment

ଆଠ ବର୍ଷ ବୟସରେ ଲେଖିଲେ ୫୭ ପୃଷ୍ଠାର ରାମାୟଣ

ଆସିକା (ମନୋଜ ମୁନି) : ବୟସ ଆଠ ବର୍ଷ। ଯେଉଁ ବୟସରେ ପିଲାମାନେ ଖେଳକୁଦ କରି ସମୟ କାଟିବା କଥା, ଏହି ସମୟରେ ଇସିତା ଲେଖିଛନ୍ତି ୫୭ ପୃଷ୍ଠାର ରାମାୟଣ। ଗଞ୍ଜାମ ଜିଲ୍ଲା ଡିଫେନ୍ସ କଲୋନୀର ଝିଅ ଇସିତା ଆଚାରୀ। ସର୍ବ କନିଷ୍ଠା ଭାବରେ ଇସିତା ରାମାୟଣ ଲେଖି ପାଇଛନ୍ତି ‘ଇଣ୍ଡିଆ ବୁକ ଅଫ ରେକର୍ଡ଼’ ସମ୍ମାନ। କୁନି ବୟସରେ ଇସିତାଙ୍କର ଏହି ବଡ଼ କାମ ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ବାପାମା’ଙ୍କ ସହ […]

ଅଦ୍ୟତନ ହୋଇଛି
ଆଠ ବର୍ଷ ବୟସରେ ଲେଖିଲେ ୫୭ ପୃଷ୍ଠାର ରାମାୟଣ

ishu

Advertisment

ଆସିକା (ମନୋଜ ମୁନି) : ବୟସ ଆଠ ବର୍ଷ। ଯେଉଁ ବୟସରେ ପିଲାମାନେ ଖେଳକୁଦ କରି ସମୟ କାଟିବା କଥା, ଏହି ସମୟରେ ଇସିତା ଲେଖିଛନ୍ତି ୫୭ ପୃଷ୍ଠାର ରାମାୟଣ। ଗଞ୍ଜାମ ଜିଲ୍ଲା ଡିଫେନ୍ସ କଲୋନୀର ଝିଅ ଇସିତା ଆଚାରୀ। ସର୍ବ କନିଷ୍ଠା ଭାବରେ ଇସିତା ରାମାୟଣ ଲେଖି ପାଇଛନ୍ତି ‘ଇଣ୍ଡିଆ ବୁକ ଅଫ ରେକର୍ଡ଼’ ସମ୍ମାନ। କୁନି ବୟସରେ ଇସିତାଙ୍କର ଏହି ବଡ଼ କାମ ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

publive-image

ବାପାମା’ଙ୍କ ସହ ଚେନ୍ନାଇରେ ରହି ଏନ୍‌ଏସ୍‌ଏନ୍‌ ମେମୋରିଆଲ ସ୍କୁଲର ଷ୍ଟାଣ୍ଡର୍ଡ଼ ଥ୍ରୀ ପାଠ ପଢ଼ନ୍ତି ଇସିତା। ପାଠପଢ଼ା ସହ ଚିତ୍ର ଆଙ୍କିବା, କାହାଣୀ ଲେଖିବାରେ ତାଙ୍କର ଆଗ୍ରହ ରହିଛି। କରୋନା ଲକଡାଉନ ସମୟରେ ଟିଭିରେ ରାମାନନ୍ଦ ସାଗରଙ୍କ ରାମାୟଣ ଦେଖି ରାମାୟଣ ଲେଖିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ ଇସିତା। ଏହି  ୫୭ ପୃଷ୍ଠାର ଇଂରାଜୀ ରାମାୟଣ ଲେଖିବା ପାଇଁ ତାଙ୍କୁ ୨୨ ଦିନ ସମୟ ଲାଗିଥିଲା। ଯାହାକୁ ଲେଖିବା ପରେ ସେ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇବା ପାଇଁ ମନୋନୀତ ହୋଇ ରାଜ୍ୟ ଓ ଦେଶ ପାଇଁ ଗର୍ବ ଆଣିପାରିଛନ୍ତି। ଏହି ସଫଳତା ପାଇବା ପରେ ଭବିଷ୍ୟତରେ ଜଣେ ଆଇଏଏସ୍‌ ଅଫିସର ହେବା ପାଇଁ ଇଚ୍ଛା ରଖିଛନ୍ତି ଇସିତା।

ଝିଅର ଏହି ସଫଳତା ପାଇଁ ଇସିତାଙ୍କ ବାପା ସଞ୍ଜିତ ଆଚାରୀ  ଓ ମା’ ଇଶ୍ମିତା ଆଚାରୀ ମଧ୍ୟ ଗର୍ବ ଅନୁଭବ କରୁଛନ୍ତି। ଇସିତାଙ୍କ ବାପାଙ୍କର କହିବା ଅନୁସାରେ ଇସିତାର ଏହି ସଫଳତା ପାଇଁ ଆମେ ବହୁତ ଖୁସି। ପିଲାଟି ଦିନରୁ ରାମାୟଣ ଓ ମହାଭାରତର କାହାଣୀ ଶୁଣିବା ପାଇଁ ତା’ର ଆଗ୍ରହ ରହିଥିଲା। ଏହାକୁ ନେଇ ସେ ଘରେ ପ୍ରଶ୍ନ କରେ ଏବଂ ଆମେ ନକହି ପାରିଲେ ସେ ନିଜେ ଗୁଗୁଲ୍‌ରେ ସର୍ଚ୍ଚ କରି ଆମକୁ କାହାଣୀ ଶୁଣାଏ। ରାମାୟଣ ଲେଖି ଏତେ ବଡ଼ ସଫଳତା ପାଇବ ବୋଲି ଆମେ ଆଶା କରିନଥିଲୁ। ଇସିତାଙ୍କୁ ନେଇ  ଆମେ ବହୁତ ଗର୍ବିତ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe