Advertisment

ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ!

ଗତକାଲି ରାତିରେ ରମେଶ ପୁରୋହିତ କାମ ସାରି ଖଇରନଟି ଗାଁରୁ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ରମେଶଙ୍କ ବାଇକକୁ ଅନ୍ୟ ଏକ ବାଇକ୍‌ରେ ଆସି ଆକ୍ରମଣ କାରୀମାନେ ଧକ୍କା ଦେଇଥିଲେ।

author-image
Tapaswini Nayak
Medical

Medical

ପାରିବାରିକ କଳହର କରୁଣ ପରିଣତି। ବଡ଼ ଭାଇ ଓ ତାଙ୍କ ପୁଅମାନଙ୍କ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଖଇରନଟି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ରମେଶ ଶତପଥୀ। ତାଙ୍କ ଘର ପଞ୍ଚୁଭୂତି ଗାଁରେ। ରମେଶଙ୍କୁ  ତାଙ୍କ ବଡ଼ କୈଳାଶ ଓ ତାଙ୍କ ୩ ପୁଅ ମାରିଥିବା ଅଭିଯୋଗ ହୋଇଛି। 

Advertisment

ଗତକାଲି ରାତିରେ ରମେଶ ପୁରୋହିତ କାମ ସାରି ଖଇରନଟି ଗାଁରୁ ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ରମେଶଙ୍କ ବାଇକକୁ ଅନ୍ୟ ଏକ ବାଇକ୍‌ରେ ଆସି ଆକ୍ରମଣ କାରୀମାନେ ଧକ୍କା ଦେଇଥିଲେ। ରମେଶ ପଡ଼ିଯିବା ପରେ ବଡ଼ ଭାଇ କୈଳାଶ ଓ ତାଙ୍କର ୩ପୁଅ ତାଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରି ଚମ୍ପଟ ମାରିଥିଲେ।

ରମେଶ ତଳେ ପଡି ଛଟପଟ ହେଉଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ରମେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛୁରୀ,ପଥର ଜବତ କରିବା ସହିତ ହତ୍ୟାର ତଦନ୍ତ ଚଳାଇଛି। ରମେଶଙ୍କ ବଡ଼ ଭାଇ କୈଳାଶଙ୍କ ସହ ଜେଜେମାନ କାର୍ଯ୍ୟକୁ ନେଇ ଶତ୍ରୁତା ହୋଇଥିଲା। ସେହି କାରଣରୁ କୈଳାସ ଓ ତାଙ୍କ ତିନି ପୁଅ ମିଶି ରମେଶଙ୍କୁ ହତ୍ୟା କରିଥିବା ତାଙ୍କୁ ବଡ ପୁଅ ରାକେଶ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Ganjam Murder