Advertisment

ବିଏମ୍‌ସି କମିଶନରଙ୍କ ନାଁରେ ଫେକ୍‌ ହ୍ୱାଟ୍ସଆପ୍‌ ଆକାଉଣ୍ଟ, ମେସେଜ ଆସୁଛି- ଟଙ୍କା ପଠା

ଛୋଟମୋଟ ଚୋରି କରିବା ପରେ ବି ପୁଲିସ୍‌କୁ ଲୁଚିଥାଏ ଚୋର । ହେଲେ ଏଠାରେ ଲୁଟେରାଙ୍କ ବୁଦ୍ଧି ତଥା ସାହସକୁ ମାନିବାକୁ ପଡ଼ିବ । କାରଣ ଲୁଟିବାକୁ ଏକାଥରେ ଟାର୍ଗେଟ କରିଛି ବ୍ରହ୍ମପୁର ବିଏମ୍‌ସି କମିଶନରଙ୍କୁ ।

ଅଦ୍ୟତନ ହୋଇଛି
Image

Image

Advertisment

ଛୋଟମୋଟ ଚୋରି କରିବା ପରେ ବି ପୁଲିସ୍‌କୁ ଲୁଚିଥାଏ ଚୋର । ହେଲେ ଏଠାରେ ଲୁଟେରାଙ୍କ ବୁଦ୍ଧି ତଥା ସାହସକୁ ମାନିବାକୁ ପଡ଼ିବ । କାରଣ ଲୁଟିବାକୁ ଏକାଥରେ ଟାର୍ଗେଟ କରିଛି ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ । ତାଙ୍କ ନାଁରେ ଫେକ୍‌ ହ୍ୱାଟ୍ସଆପ୍‌ ଆକାଉଣ୍ଟ ଖୋଲି କାହାକୁ ଟଙ୍କା ମାଗୁଛି ତ କାହାକୁ ମାଗୁଛି ଗିଫ୍ଟ । ଏନେଇ ଆଜି ବିଏମ୍‌ସି ପକ୍ଷରୁ ବ୍ରହ୍ମପୁର ସାଇବର ଆଣ୍ଡ ଇକୋନୋମିକ୍ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

Advertisment

ବ୍ରହ୍ମପୁର ମହାନଗର କମିଶନର ଜେ ସୋନାଲଙ୍କ ନାଁରେ ୮୪୪୦୮୬୪୫୬୫ ନଂରେ ଏକ ହ୍ୱାଟ୍ସଆପ୍‌ ଆକାଉଣ୍ଟ ଖୋଲିଛି ଲୁଟେରା। ଆକାଉଣ୍ଟରେ ଅଛି କମିଶନରଙ୍କ ଫଟୋ ।

ଉକ୍ତ ଆକାଉଣ୍ଟରୁ ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନର ବିଭିନ୍ନ କର୍ମଚାରୀ ଏବଂ ଜନସାଧାରଣଙ୍କ ନିକଟକୁ ମେସେଜ ଆସୁଛି। ଏହାପରେ ବିଭିନ୍ନ ଆଳ ଦେଖାଇ କେତେବେଳେ ଟଙ୍କା ତ କେତେବେଳେ ଆମାଜନ ଗିଫ୍ଟ ଭାଉଚର କିଣିବାକୁ କୁହାଯାଉଥିଲା। ବିଏମ୍‌ସିର ପ୍ରାୟ ୫, ୬ ଜଣ କର୍ମଚାରୀଙ୍କ ନିକଟକୁ ଏପରି ମେସେଜ ଆସିଥିବା ଜଣାଯାଇଛି।

Advertisment

ଏହି ଘଟଣା ନଜରକୁ ଆସିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ଏହା ଏକ ଫେକ୍‌ ଆକାଉଣ୍ଟ ବୋଲି ଜାଣିବାକୁ ପାଇଛି। ଜନସାଧାରଣଙ୍କୁ ଏହି ନମ୍ବରରୁ କଲ୍‌ କିମ୍ବା ମେସେଜ ଆସିଲେ ଉତ୍ତର ନ ଦେବାକୁ ବ୍ରହ୍ମପୁର ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି। ଏହବାଦ ଏପରି ଫେକ୍‌ ନମ୍ବରରରୁ ଠକେଇର ଶିକାର ହୋଇଥିଲେ ତୁରନ୍ତ ନିକଟସ୍ଥ ପୁଲିସ ଷ୍ଟେସନକୁ ଜଣାଇବାକୁ କୁହାଯାଇଛି।

Cyber Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe