Advertisment

ମଦ ଆଗରେ ଫିକା ପଡ଼ିଗଲା ପୁତ୍ର ମୋହ; ଛୁରୀ ଭୁଷି ଦେଲା ବାପା

ଉତ୍‌କ୍ଷିପ୍ତ ବାଉରୀ ଏକ ଛୁରୀ ଧରି ପୁଅକୁ ଗାଁ ଦାଣ୍ଡରେ ଗୋଡ଼ାଇଥିଲେ। ଏହାପରେ ସେ ପୁଅକୁ କାବୁ କରି ଦେଇ ତା’ ଛାତିରେ ଛୁରୀ ଭୁଷି ଦେଇଥିଲେ।

Father & son

Father & son

Advertisment

ମଦ ନିଶା ଆଗରେ ଫିକା ପଡ଼ିଗଲା ରକ୍ତ ସମ୍ପର୍କ। ନିଶାସକ୍ତ ବାପାକୁ ଅବାଟରୁ ବାଟକୁ ଆଣିବାକୁ ଚେଷ୍ଟା କରିବା ହେଲା କାଳ। ଫଳରେ ନିଶାରେ ଟଳମଳ ବାପା ନିଜ ପୁଅ ଛାତିକୁ ଛୁରୀ ମାରି ତା’ ଜୀବନ ନେଇଗଲା। ଯାହାକୁ ଜନ୍ମ ଦେଇଥିଲା, ତା’ ଜୀବନ ନେଇଥିବା ବାପା ମୁହଁରେ କିନ୍ତୁ ଟିକେ ବି ଅନୁଶୋଚନା ଦେ‍ଖିବାକୁ ମିଳିନି। ଏପରି ଲୋମଟାଙ୍କୁରା ଘଟଣା ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଝାଡ଼ିଆମ୍ବ ଗାଁରେ ଘଟିଛି।

Advertisment

ମୃତକ ହେଲେ ଝାଡ଼ିଆମ୍ବ ଗାଁର ପ୍ରତାପ ବିଷୋୟୀ । ପୁଅକୁ ହତ୍ୟା ଅଭିଯୋଗରେ ପୁଲିସ୍‌ ତାଙ୍କ ବାପା ବାଉରୀ ବିଷୋୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବାଉରୀ ବିଷୋୟୀ ସବୁବେଳେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ପରିବାର ସଦସ୍ୟଙ୍କ ସହ ପାଟିଗୋଳ କରିଥାନ୍ତି। ଏଥିରେ ପରିବାର ସଦସ୍ୟ ଅତିଷ୍ଠ ହୋଇ ପଡ଼ିଥିଲେ। ଏହାପରେ ଆଜି ସକାଳେ ବି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ ବାଉରୀ ବିଷୋୟୀ । ଏହାଦେଖି ପୁଅ ପ୍ରତାପ ବିଷୋୟୀ ତାଙ୍କୁ ଆକଟ କରିଥିଲେ।

Advertisment

ଏଥିରେ ଉତ୍‌କ୍ଷିପ୍ତ ବାଉରୀ ଏକ ଛୁରୀ ଧରି ପୁଅକୁ ଗାଁ ଦାଣ୍ଡରେ ଗୋଡ଼ାଇଥିଲେ। ଏହାପରେ ସେ ପୁଅକୁ କାବୁ କରି ଦେଇ ତା’ ଛାତିରେ ଛୁରୀ ଭୁଷି ଦେଇଥିଲେ। ପ୍ରବଳ ରକ୍ତସ୍ରାବ ଯୋଗୁ ରାସ୍ତାରେ ହିଁ ଛଟପଟ ହୋଇ ଚାଲିଗଲା ପ୍ରତାପଙ୍କ ଜୀବନ । ହେଲେ ମଦ ନିଶାରେ ଚୁର ଥିବା ବାଉରୀଙ୍କର ଚେହେରାରେ କିନ୍ତୁ ପୁଅକୁ ମାରିବାର ପଶ୍ଚାତାପ ଦେଖିବାକୁ ମିଳି ନାହିଁ।

ଖବର ପାଇ ପୁଲିସ୍‌ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଜାରି ରଖିଛି। ଏଥିସହ ବାଉରୀଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି।

Murder Police Alcoholic Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe