Advertisment

ବିଫଳ ହେଲା ଚିକିତ୍ସା, ଆଖି ବୁଜିଲା ମାଈ ହାତୀ

ଦୁଇ ଦିନ ପୂର୍ବରୁ ବନ ବିଭାଗ ପକ୍ଷରୁ ନନ୍ଦନକାନନର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ହାତୀଟି ଅସୁସ୍ଥ ଥିବା ନେଇ ଖବର ଦିଆଯାଇଥିଲା।

ଅଦ୍ୟତନ ହୋଇଛି
Elephant Death

Elephant Death

Advertisment

ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ଅଧିନ ଲେଙ୍ଗେଡ଼ା ଗାଁ ନିକଟ ଜଙ୍ଗଲରେ ଚିକିତ୍ସାଧୀନ ଥିବା ମାଈ ହାତୀର ମୃତ୍ୟୁ ଘଟିଛି। ହାତୀଟିର ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

Advertisment

ସୂଚନା ମୁତାବକ, ହାତୀଟି ସପ୍ତାହେ ହେଲା ଅସୁସ୍ଥ ଥିବା ଯୋଗୁ ଖାଦ୍ୟ ଖାଇ ପାରୁ ନଥିଲା। ଦୁଇ ଦିନ ପୂର୍ବରୁ ବନ ବିଭାଗ ପକ୍ଷରୁ ନନ୍ଦନକାନନର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ହାତୀଟି ଅସୁସ୍ଥ ଥିବା ନେଇ ଖବର ଦିଆ ଯାଇଥିଲା। ଡାକ୍ତରୀ ଟିମ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ପ୍ରଥମେ ଟ୍ରଙ୍କୁଲାଇଜ କରି ଅଚେତ କରିବା ପରେ ଚିକିତ୍ସା କରିଥିଲେ। ହାତୀଟିର ପାଟିରେ ସଂକ୍ରମଣ ହୋଇ ପୋକ ଜମି ଯାଇଥିବା ଦେଖିଥିଲେ। ପୋକ ସଫା କରି ସାଲାଇନ ଓ ଔଷଧ ଦେବା ସହିତ ଖାଦ୍ୟ ଖାଇବାକୁ କଦଳୀ ଓ ତରଭୁଜ ଦିଆଯାଇଥିଲା। ପରେ ହାତୀଟି ଧୀରେ ଧୀରେ ସୁସ୍ଥ ମଧ୍ୟ ହୋଇ ଆସୁଥିଲା।

ହାତୀକୁ ବନ କର୍ମଚାରୀମାନେ ଜଗି ନିୟମିତ ଔଷଧ ଦେଉଥିଲେ। ହେଲେ ଆଜି ସକାଳୁ ହାତୀଟିର ମୃତ୍ୟୁ ଘଟିଥିଲା। ହାତୀଟିର ମୃତ୍ୟୁ ଖବର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା,ବନ କର୍ମଚାରୀ ମାନେ ପହଂଚି ତଦନ୍ତ ଚଳାଇଛନ୍ତି।

Advertisment
Elephant Death Bhanjanagar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe