Advertisment

ଜଙ୍ଗଲରେ ମରି ପଡ଼ିଛି ଗଜରାଜ

ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳ ଡ଼ହ ବିଟ୍ ଅଧୀନ ତିଲିକି ଗ୍ରାମ ନିକଟ ଜଙ୍ଗଲରୁ ଏହି ମାଈ ହାତୀର ମୃତଦେହ ମିଳିଛି।

ଅଦ୍ୟତନ ହୋଇଛି
elephant dead body

elephant dead body

Advertisment

ଜଙ୍ଗଲରେ ମରି ପଡ଼ିଛି ଗଜରାଜ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳ ଡ଼ହ ବିଟ୍ ଅଧୀନ ତିଲିକି ଗ୍ରାମ ନିକଟ ଜଙ୍ଗଲରୁ ଏହି ମାଈ ହାତୀର ମୃତଦେହ ମିଳିଛି। ତେବେ କେଉଁ କାରଣ ପାଇଁ ହାତୀର ମୃତ୍ୟୁର ହୋଇଛି ତାହା ଅସ୍ପଷ୍ଟ ରହିଛି।

Advertisment

ମୃତ ହାତୀର ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ବନ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀର ମୃତଦେହରେ କ୍ଷତ ଚିହ୍ନ ଥିବାରୁ ଦୁଇ ହାତୀ ମଧ୍ୟରେ ଲଢେଇ ହୋଇ ଏହି ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

କିଛି ଦିନ ହେବ ଉକ୍ତ ଅଞ୍ଚଳରେ ୨୨ ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ଆଜି ସକାଳୁ ହାତୀର ମୃତଦେହକୁ ଠାବ କରାଯାଇଛି। ଭୁବନେଶ୍ୱରରୁ ଡାକ୍ତରୀ ଟିମ୍ ଆସିବା ପରେ ହାତୀ ମୃତଦେହ ବ୍ୟବଚ୍ଛେଦ କରାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ହାତୀ ମୃତ୍ୟୁ ର ପକୃତ କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

Advertisment

ହାତୀ ସୁରକ୍ଷାକୁ ନେଇ ଉଦ୍‌ବେଗ ବଢ଼ିଥିବା ବେଳେ ପୁଣି ଏକ ଅଘଟଣ ଖବର ଉଦ୍‌ବେଗକୁ ବଢ଼ାଇଛି।

ସୂଚନା ଥାଉକି, ୨୦୧୨ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୧୦ ବର୍ଷରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୭୮୪ ହାତୀ ମରିଛନ୍ତି। ଗତକାଲି ଏନେଇ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖିଥିଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ।

ରିପୋର୍ଟ- ଭଞ୍ଜନଗରରୁ ରାଜେଶ୍ କୁମାର ପଣ୍ଡା

Elephant Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe