Advertisment

ଅଗ୍ନିକାଣ୍ଡରେ ଜଳିଗଲା ୫ ପରିବାରର ଘର

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ବଡ଼ଡୁମ୍ବୁଳା ପଞ୍ଚାୟତର ବାଗଡ଼ା ଗ୍ରାମର ହରିଜନ ସାହିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ଘର ଭସ୍ମୀଭୂତ ହୋଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଛି। ସୂଚନା ଅନୁଯାୟୀ, ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ। ହଠାତ୍‌ ନିଆଁ ଲାଗି ଯିବା ଦେଖି କିଛି ଲୋକ ଉଠି ଚିତ୍କାର କରିଥିଲେ। ପରେ ନିଆଁ ଲାଗିଥିବା ଘରର ଲୋକେ ସୁରକ୍ଷିତ ଭାବେ ଉଠିଯାଇଥିଲେ। ଏହି […]

ଅଦ୍ୟତନ ହୋଇଛି
ଅଗ୍ନିକାଣ୍ଡରେ ଜଳିଗଲା ୫ ପରିବାରର ଘର

hnb-78

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ବଡ଼ଡୁମ୍ବୁଳା ପଞ୍ଚାୟତର ବାଗଡ଼ା ଗ୍ରାମର ହରିଜନ ସାହିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ଘର ଭସ୍ମୀଭୂତ ହୋଇଛି। ଏଥିରେ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଛି।

Advertisment

ସୂଚନା ଅନୁଯାୟୀ, ରାତିରେ ସମସ୍ତେ ଖାଇପିଇ ଶୋଇଥିଲେ। ହଠାତ୍‌ ନିଆଁ ଲାଗି ଯିବା ଦେଖି କିଛି ଲୋକ ଉଠି ଚିତ୍କାର କରିଥିଲେ। ପରେ ନିଆଁ ଲାଗିଥିବା ଘରର ଲୋକେ ସୁରକ୍ଷିତ ଭାବେ ଉଠିଯାଇଥିଲେ।

ଏହି ଅଗ୍ନିକାଣ୍ଡରେ ଦୁର୍ଲଭ ସେଠୀ, କାଳିଆ ସେଠୀ, ରବି ସେଠୀ, ଦଣ୍ଡାସି ସେଠୀ ଓ କୃଷ୍ଣ ସେଠୀଙ୍କ ଘର ଜଳି ଯାଇଛି। କିନ୍ତୁ ଏଥିରେ କେହି ମୃତାହତ ହୋଇଥିବା ଖବର ଆସି ନାହିଁ।  ବିଳମ୍ବିତ ରାତ୍ରୀରେ କୌଣସି କାରଣରୁ ନିଆଁ ଲାଗିଥିବା କୁହାଯାଉଛି।

Advertisment

ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମଧ୍ୟ ପହଞ୍ଚିଥିଲେ ଓ ନିଆଁ ଲିଭାଇ ଥିଲେ। ଅଗ୍ନି ବିପନ୍ନ ପରିବାରଗୁଡ଼ିକ ଅତି ଗରିବ ଶ୍ରେଣୀର ହୋଇଥିରୁ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe