Advertisment

ଦୋକାନ ଭିତରେ ପଶି ଖଣ୍ଡାରେ ହାଣିଲେ, ୫ ଆହତ

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ସକାଳୁ ସକାଳୁ ବୁଲିଲା ଖଣ୍ଡା ଓ ଭୁଜାଲି। ଦୋକାନ ଘରେ ପଶି ଗୋଟିଏ ପରିବାରର ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏମିତି ଏକ ଘଟଣା ଘଟିଛି ଖଲ୍ଲିକୋଟର କେଶପୁର ଛକରେ। ଏହି ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ମଙ୍ଗଳବାର ସକାଳ ୮ଟାରେ ପାଖାପାଖି ୮ରୁ ୧୦ଟା ବାଇକରେ ପ୍ରାୟ ୨୦ରୁ […]

author-image
Ranjit Kumar Jena
ଦୋକାନ ଭିତରେ ପଶି ଖଣ୍ଡାରେ ହାଣିଲେ, ୫ ଆହତ

khallikote

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ସକାଳୁ ସକାଳୁ ବୁଲିଲା ଖଣ୍ଡା ଓ ଭୁଜାଲି। ଦୋକାନ ଘରେ ପଶି ଗୋଟିଏ ପରିବାରର ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏମିତି ଏକ ଘଟଣା ଘଟିଛି ଖଲ୍ଲିକୋଟର କେଶପୁର ଛକରେ। ଏହି ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି।

Advertisment

ମଙ୍ଗଳବାର ସକାଳ ୮ଟାରେ ପାଖାପାଖି ୮ରୁ ୧୦ଟା ବାଇକରେ ପ୍ରାୟ ୨୦ରୁ ଅଧିକ ଦୁବୃର୍ତ୍ତ ହାତରେ ଖଣ୍ଡା ଓ ଭୁଜାଲି ଧରି ଦୋକାନ ଭିତରେ ପଶି ଯାଇଥିଲେ। ଆଉ କେହି କିଛି କହିବା ପୂର୍ବରୁ ସେହି ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା କହିଛନ୍ତି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପତ୍ନୀ।

ତେବେ ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। କିନ୍ତୁ ପୁଲିସ ପହଞ୍ଚିବା ପରେ ଦୁବୃର୍ତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣାରେ ଖଲ୍ଲିକୋଟ ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ଆକ୍ରମଣର ଶିକାର ହୋଇଥିବା ସୌରୀ ନାହାକ କହିଛନ୍ତି, ମୁଁ ଘରେ ଥିବା ବେଳେ ହଠାତ୍ ଦୋକାନରୁ ମୋ ଭାଇ ଫୋନ୍ କଲା। କହିଲା ଯେ କିଛି ଦୁବୃର୍ତ୍ତ ଆସି ଦୋକାନ ଭାଙ୍ଗି ଦେଇଛନ୍ତି। ମୁଁ ଆସିବା ପରେ ମୋତେ କିଛି ଦୁବୃର୍ତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ଏପରିକି ମୋ ବାପା ଓ ସ୍ତ୍ରୀକୁ ମଧ୍ୟ ଆକ୍ରମଣ କରିଥିବା କହିଛନ୍ତି ସୌରୀ ନାହାକ।