/odisha-reporter/media/post_attachments/uploads/2021/06/aska-2.jpg)
aska
ଆସିକା (ମନୋଜ ମୁନି): ଆସିକା ବ୍ଲକ ଖଣ୍ଡଦେଉଳି ପଂଚାୟତର କର୍ଣ୍ଣଳି ଠାରେ ଥିବା ୧୯ ଏକର ବିସ୍ତୁତ ପଡ଼ିଆରେ ୧୦ କୋଟି ବ୍ୟୟ ବରାଦରେ ଏକ ହେଲିପ୍ୟାଡ୍ ଓ ଡାକବଙ୍ଗଳା ନିର୍ମାଣ ପ୍ରକଳ୍ପକୁ ଆସିକା ବିଧାୟକ ମଞ୍ଜୁଳା ସ୍ୱାଇଁ ଶିଳାନ୍ୟାସ ଦେଇଛନ୍ତି।
ଏହି ଉତ୍ସବରେ ଆସିକା ସାଂସଦ ପ୍ରମିଳା ବିଶୋଇ ଯୋଗ ଦେଇଥିବା ବେଳେ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟ କ୍ରମରେ ବ୍ଲକ ଅଧକ୍ଷ ହରେକୃଷ୍ଣ ମାଲିକଙ୍କ ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଏବଂ ନିର୍ବାଚିତ ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିବା ବେଳେ ବିଜୁ ଜନତା ଦଳର ସକ୍ରିୟ କର୍ମୀମାନେ ଉପସ୍ଥିତ ଥିଲେ।
ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ କହିଛନ୍ତି ଯେ ଏବେ ୧ କୋଟି ୭ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଆଗକୁ ଆହୁରି ଟଙ୍କା ଆସିବ । ଆଜି ଜନସାଧାରଣଙ୍କ ଯେଉଁ ଆଶା ଓ ଆକାଂକ୍ଷା ଥିଲା, ତାହା ନିଶ୍ଚୟ ପୂରଣ ହେବ ।
ସେହିପରି ଆସିକା ସାଂସଦ ପ୍ରମିଳା ବିଷୋୟୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ଆମର ଏହି ଲକ୍ଷ୍ମୀ ଭଣ୍ଡାର ହୋଇଛି । ଏହାସହ ଆଗକୁ ଡାକବଙ୍ଗଳା, ହେଲିପ୍ୟାଡ୍ ପାଇଁ ପାର୍କ, ଖେଳ ପାଇଁ ଷ୍ଟାଡିୟମ ହେବ ବୋଲି ସାଂସଦ କହିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
