Advertisment

କ୍ରିକେଟ୍‌ ଖେଳ ବେଳେ ନାବାଳକକୁ ନିର୍ଧୁମ ପିଟିଲେ, ବାଳ ସୁଧାର ଗୃହକୁ ଗଲେ ୪

ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲା କୈରାଶି ଗାଁରେ ଥିବା ଏକ ସ୍କୁଲ ଗ୍ରାଉଣ୍ଡରେ କ୍ରିକେଟ୍‌ ଖେଳ ହେଉଥିଲା। ସମସ୍ତଙ୍କ ବୟସ ପ୍ରାୟତଃ ୧୫ରୁ ୧୮ ବର୍ଷ ଭିତରେ ହେବ। କିଏ ମାଟ୍ରିକ୍‌ ପରୀକ୍ଷା ଦେଇଛି ତ ଆଉ କିଏ ଯୁକ୍ତ ଦୁଇ ପଢ଼ୁଛି।

Ganjam

Ganjam

Advertisment

କ୍ରିକେଟ୍‌ ଖେଳକୁ ନେଇ କଥା କଟାକଟି। ପରେ ଜଣେ ନାବାଳକକୁ ସଙ୍ଘବଦ୍ଧ ଭାବେ ହକି ଷ୍ଟିକ୍‌ରେ ପିଟିଲେ ୪ ନାବାଳକ। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଖଲ୍ଲିକୋଟ ଥାନା ପୁଲିସ୍‌ ୪ ନାବାଳକକୁ ଗିରଫ କରି ବାଳ ସୁଧାର ଗୃହକୁ ପଠାଇ ଦେଇଛି।

Advertisment

ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲା କୈରାଶି ଗାଁରେ ଥିବା ଏକ ସ୍କୁଲ ଗ୍ରାଉଣ୍ଡରେ କ୍ରିକେଟ୍‌ ଖେଳ ହେଉଥିଲା। ସମସ୍ତଙ୍କ ବୟସ ପ୍ରାୟତଃ ୧୫ରୁ ୧୮ ବର୍ଷ ଭିତରେ ହେବ। କିଏ ମାଟ୍ରିକ୍‌ ପରୀକ୍ଷା ଦେଇଛି ତ ଆଉ କିଏ ଯୁକ୍ତ ଦୁଇ ପଢ଼ୁଛି। କ୍ରିକେଟ୍‌ ଖେଳ ଚାଲିଥିବା ବେଳେ ଏହି ବୟସ୍‌ରେ ଏମାନେ ହଠାତ୍‌ ରକ୍ତ ମୁଖା ହୋଇପଡ଼ିଥିଲେ। ଗୋଟିଏ ଗୋଷ୍ଠୀର ଜଣେ ନାବାଳକକୁ ବିପକ୍ଷ ଗୋଷ୍ଠୀର ୪ ପିଲା ପ୍ରବଳ ମାଡ଼ ମାରିଥିଲେ। କିଏ ହକି ଷ୍ଟିକ୍‌ରେ ପିଟୁଥିଲା ତ ଆଉ କିଏ ଷ୍ଟମ୍ଭରେ ପିଟୁଥିଲା। ଯାହା ଥିଲା ଅତି ବୀଭତ୍ସ। ପିଲାଟି ଚିତ୍କାର କରୁଥିଲେ ମଧ୍ୟ ସେମାନେ ଶୁଣୁନଥିଲେ। ମନଇଚ୍ଛା ପିଟୁଥିଲେ। ଯାହାର ଭିଡିଓ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଭିଡିଓଟି ଏବେ ମୋବାଇଲରୁ ମୋବାଇଲ୍‌ ଘୂରି ବୁଲୁଛି।

ମାଡ଼ ମରା ଭିଡିଓ ଭାଇରାଲ୍‌ ପରେ ମାମଲା ଥାନାକୁ ଯାଇଥିଲା। ଖଲ୍ଲିକୋଟ ଥାନା ପୁଲିସ ମାମଲା ରୁଜୁ କରି ମାଡ଼ ମାରୁଥିବା ୪ ନାବାଳକଙ୍କୁ ଧରି ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇଛିl

Advertisment

ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Ganjam Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe