/odisha-reporter/media/post_attachments/uploads/2021/06/8hb.jpg)
8hb
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଂଜାମ ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ଘଟିଛି ଅଘଟଣ। ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସିବାରୁ ୪ ଜଣ ଶ୍ରମିକ ଫସି ରହିଥିଲେ । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ୪ଜଣ ଶ୍ରମିକଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜେସିବି ମେସିନ୍ ସହାୟତାରେ ମାଟି ଖୋଳି ପୋତି ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
