Advertisment

ଆଳୁ ବୋଝେଇ ଟ୍ରକ୍‌ରୁ ବାହାରିଲା ୨୪ବସ୍ତା ଗଞ୍ଜେଇ

ଟ୍ରକରେ ପଶ୍ଚିମବଙ୍ଗ ନମ୍ୱର୍ ପ୍ଲେଟ ଲାଗି ଥିବାବେଳେ ଟ୍ରକ୍‌ଟି ୱେଷ୍ଟବେଙ୍ଗଲ ଅଭିମୁଖେ ଯାଉଥିବା ସନ୍ଦେହ କରାଯାଉଛି।

ଅଦ୍ୟତନ ହୋଇଛି
Ganja Seized

Ganja Seized

Advertisment

ନିଶା ବେପାରୀମାନେ ପୁଲସି ଆଖିରେ ଧୂଳି ଦେବାକୁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ଆଉ କେତେବେଳେ ଆଳୁ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ କରୁଛନ୍ତି। ଏପରି ସମାନ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଏକ ଆଳୁ ବୋଝେଇ ଟ୍ରକ୍‌ରୁ ୨୪ ବସ୍ତା ଗଞ୍ଜେଇ ପୁଲିସ ଜବତ କରିଛି।

Advertisment

ଗତକାଲି ଗଞ୍ଜାମ ଜିଲ୍ଲା ତପ୍ତପାଣି ପାଳୁଖୋଳା ବୁଲାଣିଆଁ ଘାଟିରେ ଏକ ଆଳୁ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା।  ହେଲେ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ରେ ଆଳୁ ସହ ୨୪ ବସ୍ତା ଗଞ୍ଜେଇ ବାହାରିଥିଲା। ଯାହାକୁ ଦେଖି ପୁଲିସ ତାଜୁବ ହୋଇଯାଇଥିଲା। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ତେବେ ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ କେତେ ଜଣାପଡ଼ିନାହିଁ।

ପୁଲିସ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି। ଏହି ଗଞ୍ଜେଇ ଗୁଡ଼ିକ କୁଆଡେ ଚାଲାଣ ହେଉଥିଲା ତାହା ଜଣାପଡିନାହିଁ। ଟ୍ରକରେ ପଶ୍ଚିମବଙ୍ଗ ନମ୍ୱର୍ ପ୍ଲେଟ ଲାଗି ଥିବାବେଳେ ଟ୍ରକ୍‌ଟି ୱେଷ୍ଟବେଙ୍ଗଲ ଅଭିମୁଖେ ଯାଉଥିବା ସନ୍ଦେହ କରାଯାଉଛି।

Advertisment
Odisha Police Ganjam Ganja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe