Advertisment

ପୁରସ୍କାରରେ ୧ ନମ୍ୱର, ଦାଦନରେ ମଧ୍ୟ ନମ୍ୱର ୱାନ୍‌

ବିକାଶର ତଥ୍ୟରେ ଓଡ଼ିଶା ଭଲ ସାର୍ଟିଫିକେଟ ପାଇ ପାରେ, ମାତ୍ର ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅଲଗା।

author-image
Ordigital Desk
ଅଦ୍ୟତନ ହୋଇଛି
Ganjam

Ganjam

ଜାତୀୟ ସ୍ତରରେ ଗଞ୍ଜାମ ଜିଲ୍ଲା ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜଳି ବ୍ଲକକୁ ପଞ୍ଚାୟତିରାଜ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଜାତୀୟ ପୁରସ୍କାର ମିଳିଛି। ବିଭିନ୍ନ ପ୍ରଶ୍ନୋତ୍ତର ଆଧାରରେ ଜାତୀୟ ପୁରସ୍କାର ଦେଇଛି କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ। ପଞ୍ଚାୟତ ପରିଚାଳନା କ୍ଷେତ୍ରରେ ଏତେ ସଫଳତା ମିଳୁଛି ବୋଲି କୁହାଯାଉଥିଲା ବେଳେ ଜିଲ୍ଲା, ବ୍ଲକ୍ ଓ ପଞ୍ଚାୟତରେ ଦାଦନ ସମସ୍ୟା ବ୍ୟାପକ ରୂପ ଧାରଣ କରିଛି। ଚାଷୀର ସମସ୍ୟା, ଲୋକଙ୍କ ମୌଳିକ ସମସ୍ୟା ମଧ୍ୟ ଦୂର ହୋଇପାରି ନାହିଁ। ବିକାଶର ତଥ୍ୟରେ ଓଡ଼ିଶା ଭଲ ସାର୍ଟିଫିକେଟ ପାଇ ପାରେ, ମାତ୍ର ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅଲଗା।

Advertisment

ଦେଖନ୍ତୁ, ହିଞ୍ଜଳିକାଟୁର ବୁରୁପଡା ଅଂଚଳ। ଫସଲ ଅମଳ ପାଇଁ ଏ ଅଂଚଳର ନାଁ ଅଛି। ମାତ୍ର ବିକ୍ରି ପାଇଁ ବଜାର ବ୍ୟବସ୍ଥା ନାହିଁ। ଶୀତଳ ଭଣ୍ଡାର ନାହିଁ। ସେଠି ଓ ସାରୁ ଗ୍ରାମରେ ଘରେ ଘରେ ତାଲା, ସବୁ ବିଦେଶରେ। ସମସ୍ତେ କେବଳ ଖାଇ ପିଇ ବଂଚିବା ପାଇଁ ବାହାର ରାଜ୍ୟକୁ ଯାଇଛନ୍ତି ଦାଦନ।

ଗଞ୍ଜାମ ଜିଲ୍ଲା ଖଲିକୋଟର ଲୋକେ ପାନୀୟ ଜଳ, ରାସ୍ତା ସମସ୍ୟା ଭିତରେ ଜୁଝି ହେଉଥିବା ବେଳେ ଚଳିବା ମୁତାବିକ ଅଳ୍ପ କିଛି ରୋଜଗାର ପାଇଁ ସୁରତ ଯାଉଛନ୍ତି। କମଳାପଦର ଗାଁର କିଛି ଯୁବକ ଗାଁକୁ ଆସିଥିଲେ ଚାରି ଦିନ ପରେ ପୁଣି ସୁରତ ଫେରିଯିବେ। ଅନ୍ୟ ରାଜ୍ୟକୁ ଦାଦନ ଯାଇ ଅନେକ ଯୁବକଙ୍କ ମର ଶରୀର ତାଙ୍କ ଗାଁକୁ ଫେରୁଥିବାରୁ ସେମାନେ ଚିନ୍ତିତ। ତାଙ୍କ ଜିଲ୍ଲା ଓ ବ୍ଲକ୍ କେମିତି ପଞ୍ଚାୟତିରାଜ ପରିଚାଳନାରେ ଶ୍ରେଷ୍ଠ ହୋଇଛି ସେମାନେ ବୁଝିପାରୁନାହାନ୍ତି।

Advertisment

ସ୍ୱାଧୀନତା ର 75ବର୍ଷ ପରେ ବି ଖଲ୍ଲିକୋଟ ବ୍ଲକ ବାଧିନୁଆପଲ୍ଲୀ ପଂଚାୟତ ର କେ. ଝୋଳମାଳ ଗାଁକୁ ପକ୍କା ରାସ୍ତା ନାହିଁ। ବର୍ଷ ବର୍ଷ ଧରି ପାଣି କାଦୁଆ ପଚ ପଚ ରାସ୍ତାରେ ଯାତାୟାତ କରୁଛନ୍ତି। ଆମ୍ବୁଲାନ୍ସ ଆସି ପାରୁନି। ଅଟୋ ଭଡା କଲେ ସବୁ ଡ୍ରାଇଭର ମୁହଁ ଫେରାଉଛନ୍ତି। ଭୋଟ ସମୟରେ ପ୍ରତିଶ୍ରୁତି ମିଳୁଛି କିନ୍ତୁ ପରେ ଭୁଲି ଯାଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ।

ରିପୋର୍ଟ- ଲକ୍ଷ୍ମୀନାରାୟଣ କାନୁନଗୋ

BjD Ganjam Migrants