Advertisment

ଟ୍ରାକ୍‌ରୁ ଖସିଗଲା ଦୁଇଟି ଇଞ୍ଜିନ

ଅନ୍ୟପକ୍ଷରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ପାଇଁ ବିଶାଖାପାଟଣାରେ ଅନେକ ଟ୍ରେନ୍‌ ଅଟକି ରହିଥିଲା। ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅପରାହ୍ନରେ ଲାଇନ୍‌ କ୍ଲିୟର ହେବା ପରେ ଟ୍ରେନ୍‌ ଯାତ୍ରା ସ୍ୱଭାବିକ ହୋଇଥିବା ଜଣାପଡ଼ିଛି।

Ganjam

Ganjam

Advertisment

ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। ଦୁଇଟି ଇଞ୍ଜିନ୍‌ ଟ୍ରାକ୍‌ ତଳକୁ ଖସିଗଲା। ଆଜି ଏପରି ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ପ୍ରାୟ ୭ ଘଣ୍ଟା ପରେ ଟ୍ରାକ୍‌ ମରାମତି ହୋଇଛି।

Advertisment

ଛତ୍ରପୁର ଓ ଗଞ୍ଜାମ ମଧ୍ୟରେ ମାଲବାହି ଟ୍ରେନ୍‌ର ଦୁଇଟି ଇଞ୍ଜିନ ଲାଇନ୍‌ ଚ୍ୟୁତ ହୋଇଛି। ମାଲବାହୀ ଟ୍ରେନରେ ୱାଇଟ୍‌ ଡଷ୍ଟ୍ ବୋଝେଇ ହୋଇ ସାଉଥ୍‌ ସେଣ୍ଟ୍ରାଲ୍‌ ରେଲୱେରୁ ବଇରୀ ଅଭିମୁଖେ ଯାଉଥିଲା। ତେବେ ସକାଳ ୯ଟା ୨୦ ମିନିଟ୍‌ରେ ଟ୍ରେନ୍‌ର ଦୁଇଟି ଇଞ୍ଜିନ୍‌ ଲାଇନ୍‌ଚ୍ୟୁତ ହୋଇଥିଲା। ଖବର ପାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଖୋର୍ଦ୍ଧା ଓ ପାଲାସା ଡିଭିଜନ୍‌ର ଦୁଇ ଟିମ୍‌। ଦୀର୍ଘ ସମୟରେ ଉଦ୍ଧାର କାର୍ଯ୍ୟ ପରେ ଟ୍ରାକ୍‌ ସ୍ୱଭାବିକ ହୋଇଛି।

ଅନ୍ୟପକ୍ଷରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ପାଇଁ ବିଶାଖାପାଟଣାରେ ଅନେକ ଟ୍ରେନ୍‌ ଅଟକି ରହିଥିଲା। ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅପରାହ୍ନରେ ଲାଇନ୍‌ କ୍ଲିୟର ହେବା ପରେ ଟ୍ରେନ୍‌ ଯାତ୍ରା ସ୍ୱଭାବିକ ହୋଇଥିବା ଜଣାପଡ଼ିଛି।

Advertisment

ରିପୋର୍ଟ-ଭଞ୍ଜନଜରରୁ ଶିଲୁ ବିଶ୍ୱାଳ

Ganjam Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe