Advertisment

ବ୍ଲକ ପରିସରରେ ବିଷ ପିଇଦେଲେ ଜିପିଓ

ଜିପିଓ ତଳେ ପଡ଼ି ଛଟପଟ ହେଉଥିବା ବେଳେ କର୍ମଚାରୀମାନେ ପଚାରିବାରୁ ସେ ବିଷ ପିଇ ଦେଇଥିବା କହିଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
GPO

GPO

ଦୀର୍ଘ ବର୍ଷ କାମ କରିବା ପରେ ଅନ୍ୟତ୍ର ବଦଳି ହୋଇଥିଲା। ବଦଳି ପରେ ଦାୟିତ୍ୱ ହସ୍ତାନ୍ତର କରିବାକୁ ଆସି ବ୍ଲକ ପରିସରରେ ବିଷ ପିଇଦେଲେ ଜିପିଓ । ଏବେ ସେ ମୃତ୍ୟୁ ସହ ସହ ସଂଗ୍ରାମ କରୁଛନ୍ତି। ଏପରି ଘଟଣା ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ପରିସରରେ ଘଟିଛି। ଗୁରୁତର ଜିପିଓଜଣକ ହେଲେ ପ୍ରମୋଦ କୁମାର ପଟ୍ଟନାୟକ ।

Advertisment

ପ୍ରମୋଦ ଭଞ୍ଜନଗର ବ୍ଲକରେ ଦୀର୍ଘ ବର୍ଷ ହେବ ଜିପିଓ ଭାବେ କାମ କରୁଥିଲେ। ଗତ ୩୦ ତାରିଖରେ ତାଙ୍କୁ ପାତ୍ରପୁର ବ୍ଲକକୁ ବଦଳି କରାଯାଇଥିଲା । ତେବେ ଦାୟିତ୍ୱ ହସ୍ତାନ୍ତର କରିବାକୁ ସେ ଆଜି ଆସିଥିବା ବେଳେ ସେ ଭିସି ହଲରେ ବାନ୍ତି କରିଥିଲେ। ଏହାପରେ ତଳେ ପଡ଼ି ଛଟପଟ ହେବାରୁ କର୍ମଚାରୀମାନେ ତାଙ୍କୁ ପଚରାଉଚରା କରିଥିଲେ। ଏହି ସମୟରେ ସେ ବିଷ ପିଇ ଦେଇଥିବା କହିଥିଲେ।

ସ୍ଥାନୀୟ ଲୋକେ ପ୍ରଥମେ ତାଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣ ପାଇଁ ସେ ଏହି ନିଷ୍ପତ୍ତି ନେଲେ ତାହା ଜଣାପଡିନଥିବା ବେଳେ ଏନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Suicide Attempt