Advertisment

ଯାତ୍ରା ପେଣ୍ଡାଲ ଉପରେ ଉଡ଼ିଲା କାଠ ଫାଳିଆ, ଅଶୀଳ ନୃତ୍ୟରୁ ତୁମୁଳକାଣ୍ଡ

ଦଣ୍ଡଯାତ୍ରା ମଂଚରେ ଅଶ୍ଳୀଳ ନୃତ୍ୟକୁ ନେଇ ଏହି ତୁମୁଳ କାଣ୍ଡ ହୋଇଛି।

author-image
Niranjan Mishra
Group Clash

Group Clash

ଯାତ୍ରା ପେଣ୍ଡାଲ ଉପରେ ଉଡ଼ିଲା କାଠ ଫାଳିଆ। ଯାହା ହାତରେ ଯାହା ପଡ଼ିଲା ଅପଗୋଷ୍ଠୀର ଦୁଇ ତିନି ଜଣଙ୍କ ଉପରେ ନିର୍ଘାତ ପିଟି ଚାଲିଥିଲେ। ପାଖାପାଖି ୫୦ରୁ ଅଧିକ ଲୋକ କାଠ ଫାଳିଆରେ ଆକ୍ରମଣ କରିବାରୁ ଜଣେ ଗୁରୁତର ହୋଇଛି। ଦଣ୍ଡଯାତ୍ରା ମଂଚରେ ଅଶ୍ଳୀଳ ନୃତ୍ୟକୁ ନେଇ ଏହି ତୁମୁଳ କାଣ୍ଡ ହୋଇଛି। ଗଞ୍ଜାମ ଭଞ୍ଜନଗରର ମହୁଲିଆ ଗାଁରେ ଗତକାଲି ରାତିରେ ଦଣ୍ଡନାଚ ଚାଲିଥିବା ବେଳେ ଏହି ସଂଘର୍ଷ ହୋଇଛି। ରେକଡ ଡାନ୍ସରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ।

Advertisment

କିଛି ଯୁବକ କଳାକାରମାନଙ୍କୁ ଅଶ୍ଳିଳ ଭାଷାରେ କମେଣ୍ଟ କରିଥିଲେ। ଏହା ଉପରେ ଆପତ୍ତି ଉଠାଇଥିଲେ ଆୟୋଜକ। ପରେ ସେହି ଯୁବକ ଏବଂ ଆୟୋଜକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯାହା ଦେଖୁ ଦେଖୁ ଉଗ୍ର ରୂପ ନେଇଥିଲା। ହଠାତ୍ କିଛି ଯୁବକ ହାତରେ ଠେଙ୍ଗା ବାଡ଼ି ଧରି ଆୟୋଜକ ଓ କଳାକାର ଟିମ ଉପରେ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରୁ ସ୍ଥାନୀୟ ଦର୍ଶକ ବି ଏଥିରୁ ବାଦ୍ ପଡିନଥିଲେ।

ସଂଘର୍ଷରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ବେଲଗୁଣ୍ଠା ପୁଲିସ୍ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିବା ସହ ଦଣ୍ଡନାଚକୁ ବନ୍ଦ କରିଥିଲା। ଗୁରୁତର ଯୁବକ ଜଣକ ଗୋଲାପଡ଼ା ଗ୍ରାମର ଦିଲ୍ଲୀପ ପଣ୍ଡାଙ୍କ ପୁଅ ପିକୁନୁ ପଣ୍ଡା। ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି।

Advertisment
Group Clash