/odisha-reporter/media/post_attachments/uploadimage/library/16_9/16_9_0/vigilance_1675152201.jpg)
vigilance
ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍ ଜିଏମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିପିଏସଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟର ଜିଏମ୍ ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବ୍ରହ୍ମପୁର ଓ ପୁରୀର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
Advertisment
ବ୍ରହ୍ମପୁରର ସିଦ୍ଧାର୍ଥ ନଗର ସ୍ଥିତ ୩ ମହଲା ଘର, ଶଶିଭୁଷନ ନଗର ସ୍ଥିତ ୨ମହଲା ଘର, ଲୋଚପଡା ସ୍ଥିତ ଘର ସମେତ ସ୍ଥାନୀୟ ଗାଉଞ୍ଜୁରେ ଥିବା ଫାର୍ମ ହାଉସ, ପୁରୀ ପିପିଲର ଏକ ଫ୍ଲାଟ୍, ଆମ୍ବପୁଅରେ ଥିବା ୨ ବିଏଚ୍କେ ଫ୍ଲାଟ ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।
ଚଢାଉରେ ଜଣେ ଆଡିସନାଲ୍ ଏସ୍ପି , ୩ଜଣ ଡିଏସ୍ପି, ୧୨ ଜଣ ଇନସପେକ୍ଟର୍, ୧୨ ଏସ୍ଆଇ ଓ ଏଏସ୍ଆଇଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।
Advertisment
ପ୍ରମୋଦ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
