Advertisment

ଭିଜିଲାନ୍ସ ଜାଲରେ ଜିଏମ୍, ୧୦ଟି ସ୍ଥାନରେ ଚଢ଼ାଉ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିପିଏସଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟର ଜିଏମ୍‌ ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

vigilance

vigilance

Advertisment

ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍ ଜିଏମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିପିଏସଓଡିଏଲ୍ ମୁଖ୍ୟ କାର୍ଯ୍ୟାଳୟର ଜିଏମ୍‌ ପ୍ରମୋଦ କୁମାର ଚୌଧୁରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବ୍ରହ୍ମପୁର ଓ ପୁରୀର ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

Advertisment

ବ୍ରହ୍ମପୁରର ସିଦ୍ଧାର୍ଥ ନଗର ସ୍ଥିତ ୩ ମହଲା ଘର, ଶଶିଭୁଷନ ନଗର ସ୍ଥିତ ୨ମହଲା ଘର, ଲୋଚପଡା ସ୍ଥିତ ଘର ସମେତ ସ୍ଥାନୀୟ ଗାଉଞ୍ଜୁରେ ଥିବା ଫାର୍ମ ହାଉସ, ପୁରୀ ପିପିଲର ଏକ ଫ୍ଲାଟ୍, ଆମ୍ବପୁଅରେ ଥିବା ୨ ବିଏଚ୍‌କେ ଫ୍ଲାଟ ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

ଚଢାଉରେ ଜଣେ ଆଡିସନାଲ୍ ଏସ୍‌ପି , ୩ଜଣ ଡିଏସ୍‌ପି, ୧୨ ଜଣ ଇନସପେକ୍ଟର୍, ୧୨ ଏସ୍ଆଇ ଓ ଏଏସ୍ଆଇଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।

Advertisment

ପ୍ରମୋଦ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା।

Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe