Advertisment

‘ଯାତ୍ରା ହେଉ, ବନ୍ଧୁ ବାନ୍ଧବଙ୍କୁ ଡାକନି’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ି ଠାକୁରାଣୀ ଯାତ୍ରା କରାଯିବା ନେଇ ସ୍ପଷ୍ଟ ହୋଇଛି । ଏନେଇ ଆଜି ମହାନଗର ନିଗମ ମଧ୍ୟରେ ଅନୁଷ୍ଠିତ ବୈଠକରେ କୋଭିଡ ନିୟମକୁ କଡାକଡି କରିବାକୁ କମିଶନର ତାଗିଦ୍‌ କରିଛନ୍ତି। ଏନେଇ ଆଜି ଯାତ୍ରା ପରିଚାଳନା କମିଟି ସହ କମିଶନରଙ୍କ ଆଲୋଚନା ମଧ୍ୟ ସରିଛି । ତେବେ ମୁଖ୍ୟତଃ ପ୍ରାୟ ୨୧ ରୁ ୨୫ ଦିନ […]

‘ଯାତ୍ରା ହେଉ, ବନ୍ଧୁ ବାନ୍ଧବଙ୍କୁ ଡାକନି’

ynb

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ କୋଭିଡ କଟକଣା ମଧ୍ୟରେ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ି ଠାକୁରାଣୀ ଯାତ୍ରା କରାଯିବା ନେଇ ସ୍ପଷ୍ଟ ହୋଇଛି । ଏନେଇ ଆଜି ମହାନଗର ନିଗମ ମଧ୍ୟରେ ଅନୁଷ୍ଠିତ ବୈଠକରେ କୋଭିଡ ନିୟମକୁ କଡାକଡି କରିବାକୁ କମିଶନର ତାଗିଦ୍‌ କରିଛନ୍ତି।

Advertisment

ଏନେଇ ଆଜି ଯାତ୍ରା ପରିଚାଳନା କମିଟି ସହ କମିଶନରଙ୍କ ଆଲୋଚନା ମଧ୍ୟ ସରିଛି । ତେବେ ମୁଖ୍ୟତଃ ପ୍ରାୟ ୨୧ ରୁ ୨୫ ଦିନ ପର୍ଯ୍ୟନ୍ତ ହେଉଥିବା ଏହି ଯାତ୍ରାର ଅବଧିକୁ ଏଥର କମ୍‌ କରିବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଯାତ୍ରା ସମୟରେ ଘରର ବନ୍ଧୁବାନ୍ଧବଙ୍କୁ ରାଜ୍ୟ କିମ୍ବା ଜିଲା ବାହାରେ ଥିବା ଲୋକଙ୍କୁ  ନ ଡାକିବାକୁ କମିଶନର ନିବେଦନ କରିଛନ୍ତି । ସେହିହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ରାସ୍ତାକଡରେ ଖାଦ୍ୟ ଦୋକାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏପରିକି ରାତିରେ ମାନସିକ ବେଶଧାରୀଙ୍କ ବୁଲିବାକୁ ମଧ୍ୟ ବାରଣ କରାଯାଇଛି। ସେପଟେ ଠାକୁରାଣୀ ଯାତ୍ରାକୁ ନେଇ ଯେଉଁ ସବୁ ନିୟମ ଲାଗୁ କରାଯାଇଛି ତାକୁ ମାନିବାକୁ ଯାତ୍ରା ପରିଚାଳନା କମିଟିର ମୁଖ୍ୟ ଦୁର୍ଗାପ୍ରସାଦ ଦେଶୀ ବେହେରା କହିଛନ୍ତି। ତେବେ ଶୁଭଖୁଣ୍ଟି ସ୍ଥାପନ ସମୟରେ ପାରମ୍ପରିକ ପୁରୋହିତ ଆସି ଯାତ୍ରା ଅବଧି ସମ୍ପର୍କରେ କହିବେ ବୋଲି କହିଛନ୍ତି । ହେଲେ  ବାହାରର ବନ୍ଧୁବାନ୍ଧବ ଆସିବା କଟକଣାକୁ ନେଇ ସହରବାସୀଙ୍କ ମନରେ କିଛିଟା ଦୁଃଖ ଦେଖାଦେଇଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe