Advertisment

ବୋମା ମାଡ଼ ବେଳେ ଛିଣ୍ଡିଲା ହାତ ଓ ଗାଲ, ଆକ୍ରମଣକାରୀ ସହ ୩ ଗୁରୁତର

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିମଖଣ୍ଡି ଥାନା ନୂଆ ଯୋଗିଆପଲି ଗାଁରେ ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି।

ଅଦ୍ୟତନ ହୋଇଛି
bombing

bombing

Advertisment

ବୋମା ମାଡ଼ ବେଳେ ଛିଣ୍ଡିଲା ହାତ, ଗାଲ ଓ କାନ୍ଧ। ଏହି ଘଟଣାରେ ୩ ଗୁରୁତର। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିମଖଣ୍ଡି ଥାନା ନୂଆ ଯୋଗିଆପଲି ଗାଁରେ ଆଜି ସନ୍ଧ୍ୟାରେ ଏହି ଘଟଣା ଘଟିଛି। ଆହତମାନେ ହେଲେ ଯୋଗିଆପଲି ଗାଁର କାର୍ତ୍ତିକ ପାତ୍ର, କାଳିଆ ପାତ୍ର ଓ ଏମ ମହେଶ ଦୋରା।

Advertisment

କାର୍ତ୍ତିକ ଜଣେ ଟ୍ରକ୍ ମାଲିକ। ଗାଁ ଛକରେ ଟ୍ରକରେ କାମ କରୁଥିବା ମଜୁରୀଆମାନଙ୍କୁ ମଜୁରୀ ଦେଇ ସେ ଘରକୁ ଆସିବାକୁ ବାହାରୁଥିବା ବେଳେ ପଛପଟୁ କାଳିଆ ପାତ୍ର ଓ ଏମ ମହେଶ ଦୋରା ଏକ ବାଇକରେ ଆସିଥିଲେ। କାଳିଆ ଧରିଥିବା ବୋମା କାର୍ତ୍ତିକଙ୍କୁ ମାରିଥିଲା।

ଏହି ସମୟରେ କଳିଆ ହାତରେ ବୋମାଟି ଫୁଟି ଯାଇଥିଲା। ଏଥିସହ ବୋମା ମାଡ଼ରେ କାର୍ତ୍ତିକଙ୍କ ପିଠିରେ କ୍ଷତ ହେବା ସହ ତାହା ଛିଟିକି ଯାଇ କାଳିଆର ବାଇକ୍ ପଛରେ ବସିଥିବା ମହେଶଙ୍କ ମୁହଁରେ ମାଡ଼ ହୋଇଥିଲା।

Advertisment

କାଳିଆର ହାତ ଛିଡ଼ି ଯାଇଥିବା ବେଳେ ମହେଶର ଗୋଟିଏ ପାଖ ଗାଲ ଛିଡ଼ି ଯାଇଛି। ତେଣୁ ତିନିହେଁ ଗୁରୁତର ହୋଇଛନ୍ତି। ସମସ୍ତେ ଏମ୍‌କେସିଜିରେ ଭର୍ତ୍ତି ହୋଇଛନ୍ତି।

ଦାଦା ବଟି ନ ଦେବାରୁ ଏଭଳି ବୋମାମାଡ଼ ହୋଇଥିବା କାର୍ତ୍ତିକ ଅଭିଯୋଗ କରିଛନ୍ତି।

Bomb Blast Bombing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe