Advertisment

ଘର ବରଣ୍ଡାରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବେଲଗୁଣ୍ଠା ସହରର ମୁଖ୍ୟ ରାସ୍ତାକଡ଼ରେ ଥିବା ଏକ ଘର ବାରଣ୍ଡାରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

Belangutha

Belangutha

Advertisment

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରର ମୁଖ୍ୟ ରାସ୍ତାକଡ଼ରେ ଥିବା ଏକ ଘର ବାରଣ୍ଡାରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ଗେରେଡ଼ା ଗ୍ରାମର ପ୍ରଭାସିନୀ ବେହେରା। ସେ ବିଧବା ଥିଲେ। ଗେରେଡ଼ା ଅଙ୍ଗନୱାଡ଼ିରେ ହେଲପର ଭାବେ କାମ କରୁଥିଲେ।

Advertisment

ସୂଚନା ଅନୁଯାୟୀ, ପ୍ରଭାସିନୀ ଗତକାଲି ଦଣ୍ଡ ଦେଖିବା ପାଇଁ ବେଲଗୁଣ୍ଠା ଆସିଥିଲେ। ଆଉ ଆଜି ଭୋରରେ ଏକ ଘରର ବାହାର ବରଣ୍ଡାରେ ତାଙ୍କ ମୃତଦେହ ଝୁଲି ରହିଥିବା ଲୋକେ ଦେଖିବାକୁ ପାଇଥିଲେ।

ଲୋକଙ୍କ ଠାରୁ ଖବର ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା। ଝୁଲନ୍ତା ମୃତଦେହ ପାଖରେ ପ୍ରଭାସିନୀଙ୍କ ବ୍ୟାଗ ଥିଲା। ସେଥିରୁ ତାଙ୍କ ପରିଚୟପତ୍ର ମିଳିଥିଲା। ଏହା ପରେ ପୁଲିସ୍ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା।

Advertisment

ପୁଲିସ ଘଟଣାସ୍ଥଳକୁ ଯାଞ୍ଚ କରିବା ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ପ୍ରଭାସିନୀ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ମାରି ଝୁଲାଇ ଦିଆଯାଇଛି, ତାହା ଜଣାପଡ଼ିନି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Odisha Police Ganjam Murder Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe