Advertisment

ଚମକିଲା ଭାଗ୍ୟ, ଦିନ ମଜୁରିଆ ପାଲଟିଗଲେ ସରପଞ୍ଚ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସବୁ ସ୍ଥାନରେ, ସବୁ ବେଳେ ଅର୍ଥ ବଳ, ବାହୁ ବଳ କାମ ଦିଏନି । ଏହା ପ୍ରମାଣିତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଗାଙ୍ଗଦହଣୀ ପଞ୍ଚାୟତର ଦୀନବନ୍ଧୁ ଦାସ । ଦିନେ ଦିନ ମଜୁରିଆ ଭାବେ ଖଟି ପେଟ ପୋଷୁଥିବା ଦୀନବନ୍ଧୁଙ୍କ ଭାଗ୍ୟ ଚମକିଛି। ତାଙ୍କୁ ମିଳିଛି ନୂଆ ପରିଚୟ। ଦୀନବନ୍ଧୁ ଏବେ  ଗାଙ୍ଗଦହଣୀ ପଞ୍ଚାୟତ ସରପଞ୍ଚ। ଦିନ ମଜୁରିଆରୁ ସରପଞ୍ଚ ହେବାର ଯାତ୍ରା ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲେ ବି ନିଜ […]

ଅଦ୍ୟତନ ହୋଇଛି
ଚମକିଲା ଭାଗ୍ୟ, ଦିନ ମଜୁରିଆ ପାଲଟିଗଲେ ସରପଞ୍ଚ

sarapancha

Advertisment

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ସବୁ ସ୍ଥାନରେ, ସବୁ ବେଳେ ଅର୍ଥ ବଳ, ବାହୁ ବଳ କାମ ଦିଏନି । ଏହା ପ୍ରମାଣିତ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଗାଙ୍ଗଦହଣୀ ପଞ୍ଚାୟତର ଦୀନବନ୍ଧୁ ଦାସ । ଦିନେ ଦିନ ମଜୁରିଆ ଭାବେ ଖଟି ପେଟ ପୋଷୁଥିବା ଦୀନବନ୍ଧୁଙ୍କ ଭାଗ୍ୟ ଚମକିଛି। ତାଙ୍କୁ ମିଳିଛି ନୂଆ ପରିଚୟ। ଦୀନବନ୍ଧୁ ଏବେ  ଗାଙ୍ଗଦହଣୀ ପଞ୍ଚାୟତ ସରପଞ୍ଚ। ଦିନ ମଜୁରିଆରୁ ସରପଞ୍ଚ ହେବାର ଯାତ୍ରା ବେଶ୍‌ ସଂଘର୍ଷପୂର୍ଣ୍ଣ ଥିଲେ ବି ନିଜ ଆଶା ପୂରଣ ହୋଇଥିବାରୁ ବେଶ୍‌ ଖୁସି ଅଛନ୍ତି ଦୀନବନ୍ଧୁ ।

Advertisment

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଗାଙ୍ଗଦହଣୀ ପଞ୍ଚାୟତ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ହୋଇଥିଲା। ଏହାଦେଖି ମଇଦାନକୁ ଓହ୍ଲାଇଲେ ଦୀନବନ୍ଧୁ । ଦିନେ ଗାଁରେ କାମ ଖୋଜୁଥିବା ତଥା ଅନ୍ୟ ଘରେ କାମ କରୁଥିବା ଦୀନବନ୍ଧୁ ନାମାଙ୍କନ ଦାଖଲ ପରେ ଫୁଲ ଦମ୍‌ରେ ପ୍ରଚାରରେ ଲାଗିଗଲେ। ଏପରିକି ଜିତିଲେ ପଞ୍ଚାୟତର ସବୁ ପ୍ରକାର ଉନ୍ନତି କରିବା ସହ ଲୋକଙ୍କ ସୁଖଦୁଃଖରେ ଛିଡ଼ା ହେବାର ପ୍ରତିଶ୍ରୁତି ବି ଦେଲେ। ଶେଷରେ ଲୋକେ ଭରସା କରି ଦୀନବନ୍ଧୁଙ୍କୁ ନିଜ ସରପଞ୍ଚ ଭାବେ ନିର୍ବାଚିତ କରିଛନ୍ତି ।  ନିର୍ବାଚନରେ ଦୀନବନ୍ଧୁ ନିଜର ନିକଟତମ ପ୍ରତିନ୍ଦ୍ୱନ୍ଦୀଙ୍କୁ ୨୯୬ ଭୋଟ୍‌ରେ ମାତ୍ ଦେଇଛନ୍ତି ।

ନିଜେ ତୃଣମୂଳ ସ୍ତରରୁ ଆସିଥିବାରୁ ତଥା ଦୁଃଖ ଦୁର୍ଦ୍ଦଶା ଜାଣିଥିବାରୁ ସେହି ବର୍ଗର ଲୋକଙ୍କ ଦୁଃଖ ଦୂର ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଦୀନବନ୍ଧୁ। ଏପରିକି ଏମଜିଏନଆରଇଜିଏସ୍‌ରେ ହେଉଥିବା ଦୁର୍ନୀତି ଦୂର ପାଇଁ ଦୃଢ ପଦକ୍ଷେପ ନେବେ ବୋଲି ବି କଥା ଦେଇଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe