Advertisment

ଜଳିଗଲା ୧୧ଟି ପରିବାରର ୩୦ ବଖରା ଘର

ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ।

Fire

Fire

Advertisment

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ବ୍ରାହ୍ମଣଦେଇ ଗାଁରେ ନିଆଁ ଲାଗି ୧୧ଟି ପରିବାରର ୩୦ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଯାଇଛି।

Advertisment

ସୁଚନ ମୁତାବକ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିବା ଘର ଗୁଡ଼ିକ ମଧ୍ୟରୁ ଅନେକରେ କେହି ନଥିଲେ। କିଏ ଚାଷ ଜମିକୁ କାମ କରିବାକୁ ଯାଇଥିଲେ ତ ଆଉ କିଏ ଅନ୍ୟ କାମରେ। ପ୍ରଥମେ ଗୋଟିଏ ଘରେ ନିଆଁ ଲାଗିଥିଲା। ଆଉ ଆଖି ପିଛୁଳାକେ ନିଆଁ ଗୋଟିଏ ଘରୁ ଅନ୍ୟ ଘରକୁ ବ୍ୟାପୀ ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୩୦ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଘରେ ଥିବା ଜିନିଷ ସବୁ ପୋଡ଼ି ଯାଇଛି।

ନିଆଁ ଲାଗିବା ପରେ ସ୍ଥାନୀୟ ଲୋକେ ଏହାକୁ ଲିଭାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ନିଆଁ ଆୟତ୍ତ ନ ହେବାରୁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଯେଉଁମାନଙ୍କ ଘର ଓ ସମସ୍ତ ଜିନିଷପତ୍ର ପୋଡ଼ି ଯାଇଛି, ସେମାନଙ୍କୁ ତୁରନ୍ତ ସରକାର ସହାୟତା ଯୋଗାଇ ଦିଅନ୍ତୁ ବୋଲି ଗାଁ ଲୋକେ ଦାବି କରିଛନ୍ତି।

Advertisment

ଗାଁର ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି, ଅଚାନକ ନିଆଁ ଲାଗିଥିଲା। ସେ ସମୟରେ ଅନେକ ଘରେ କେହି ନଥିଲେ। କିଏ ଜମିରେ ପାଣି ମଡ଼େଇବାକୁ ଯାଇଥିଲା ତ ଆଉ କିଏ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ନିଆଁ ଲାଗି ଘର ଗୁଡ଼ିକ ପାଉଁଶ ହୋଇଯାଇଛି। ସମସ୍ତଙ୍କର ସବୁ ଜିନିଷ ପୋଡ଼ି ଯାଇଛି। ପିନ୍ଧିବାକୁ କପଡ଼ା ସୁଦ୍ଧା ଆଉ ନାହିଁ। ସରକାର ଆମକୁ ସାହାଯ୍ୟ କଲେ ଆମେ ଉପକୃତ ହେବୁ।

Ganjam Fire Breakout Fire Accident Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe