Advertisment

୮ରୁ ୧୦ ଦିନ ଭିତରେ ମଲେଣି ଶତାଧିକ ଘୁଷୁରୀ, ମହାନଗରବାସୀ ଛାନିଆ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ମହାନଗରରେ ଘୁଷୁରୀ ମଡ଼କ। ଗତ ୮ରୁ୧୦ ଦିନ ମଧ୍ୟରେ ବ୍ରହ୍ମପୁର ସହରର ଜନବସତି ନିକଟରେ ଥିବା ନାଳନର୍ଦ୍ଦମାରେ ଶତାଧିକ ଘୁଷୁରୀ ମରି ପଡ଼ିଥିବାର ଦେଖାଦେଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିବା ବେଳେ ଏହିଭଳି ମୃତ୍ୟୁର କାରଣ ମଧ୍ୟ ଏଯାଏଁ ଜଣାପଡ଼ିନାହିଁ । ସ୍ୱାଇନ୍ ଫ୍ଲୁ ହେଉ ଅବା କରୋନା ପଶୁଙ୍କ ଦେହରୁ ବ୍ୟାପିଥିବା ଗୁଜବ ରହିଥିବା ହେତୁ ଅତିଶୀଘ୍ର ରୋଗର କାରଣ ଜାଣି ପ୍ରତିକାର କରିବାକୁ ଦାବି ହୋଇଛି। […]

author-image
Tapas Behera
ଅଦ୍ୟତନ ହୋଇଛି
୮ରୁ ୧୦ ଦିନ ଭିତରେ ମଲେଣି ଶତାଧିକ ଘୁଷୁରୀ, ମହାନଗରବାସୀ ଛାନିଆ

max-21

ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ମହାନଗରରେ ଘୁଷୁରୀ ମଡ଼କ। ଗତ ୮ରୁ୧୦ ଦିନ ମଧ୍ୟରେ ବ୍ରହ୍ମପୁରସହରର ଜନବସତି ନିକଟରେ ଥିବା ନାଳନର୍ଦ୍ଦମାରେ ଶତାଧିକ ଘୁଷୁରୀ ମରି ପଡ଼ିଥିବାର ଦେଖାଦେଇଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇଥିବା ବେଳେ ଏହିଭଳି ମୃତ୍ୟୁର କାରଣ ମଧ୍ୟ ଏଯାଏଁ ଜଣାପଡ଼ିନାହିଁ । ସ୍ୱାଇନ୍ ଫ୍ଲୁ ହେଉ ଅବା କରୋନା ପଶୁଙ୍କ ଦେହରୁ ବ୍ୟାପିଥିବା ଗୁଜବ ରହିଥିବା ହେତୁ ଅତିଶୀଘ୍ର ରୋଗର କାରଣ ଜାଣି ପ୍ରତିକାର କରିବାକୁ ଦାବି ହୋଇଛି।

Advertisment

ବିଶେଷ କରି କେଉଁ କାରଣରୁ ଘୁଷୁରୀମାନେ ମରୁଛନ୍ତି କେହି ଜାଣିପାରୁନାହାନ୍ତି। ନାଳ ନର୍ଦ୍ଦମାରୁ ମିଳୁଛି ଘୁଷୁରୀ ଗୁଡ଼ିକର ମୃତ ଦେହ। ପଚା ଗନ୍ଧରେ ଅସ୍ତବ୍ୟସ୍ତ ହେଉଛନ୍ତି ଆଖପାଖ ଜନବସତିର ଲୋକେ । ସେଗୁଡ଼ିକୁ ଉଦ୍ଧାର କରି ବ୍ରହ୍ମପୁର ଉପକଣ୍ଠ ବିଭିନ୍ନ ଶ୍ମଶାନରେ ପୋତି ଦିଆଯାଉଛି । ବ୍ରହ୍ମପୁର ୱାର୍ଡ ନମ୍ବର ୪, ୨୦ ଓ ୨୧ ନମ୍ବର ୱାର୍ଡରେ ସାଧାରଣତଃ ଏଭଳି ଘଟଣା ଦେଖିବାକୁ ମିଳିଥିବା ବେଳେ ସେଠାକାର ଲୋକେ ଭୟଭୀତ ହୋଇରହିଛନ୍ତି । କାଳେ ରୋଗ ଚାରିଆଡ଼େ ବ୍ୟାପିଯିବ ତାକୁ ନେଇ ଚିନ୍ତାରେ ଲୋକେ ଅଛନ୍ତି। ଏଣୁ ଘୁଷୁରୀ ମାଂସ ବ୍ୟବସାୟକୁ ମଧ୍ୟ ବନ୍ଦ କରିବାକୁ ନିବେଦନ କରିଛନ୍ତି ଲୋକେ।

ଅନ୍ୟପକ୍ଷରେ ଦୀର୍ଘ ଦିନ ହେଲା ଏଭଳି ଘଟଣାକୁ ନେଇ ବ୍ରହ୍ମପୁରମହାନଗର ନିଗମ କମିଶନରଙ୍କୁ ଜଣାଇ ଦିଆଯାଇଥିଲା । ନିଗମ ପକ୍ଷରୁ ପ୍ରାଣୀ ଚିକିତ୍ସା ବିଭାଗକୁ ମଧ୍ୟ ଜଣାଇ ଦିଆଯାଇଥିବା ବେଳେ କେହି ପଦକ୍ଷେପ ନେଉନଥିଲେ । ଆଜି ପୁଣି ଥରେ ୪ଟି ଘୁଷୁରୀ ମରିଥିବା  ଖବର ଜଣାପଡ଼ିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପ୍ରାଣୀ ଚିକିତ୍ସା ଟିମ୍‌। ୩ ଜଣିଆ ଟିମ୍ ଆସି ମୃତ ଦେହରୁ ସଂଗ୍ରହ କରିଥିଲେ ସାମ୍ପୁଲ। ତାକୁ ଯାଞ୍ଚ ପାଇଁ ଭୁବନେଶ୍ୱର ସ୍ଥିତ ଲାବରୋଟୋରୀକୁ ପଠାଯିବ।  ସେଠାରୁ କେଉଁ କାରଣ ଯୋଗୁଁ ମୃତ୍ୟୁ ହୋଇଛି ତାହା ଜଣାପଡ଼ିବା ପରେ ରୋଗ ନିରାକରଣ ଓ ପ୍ରତିକାର ମୂଳକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।  ଅନ୍ୟପକ୍ଷରେ ଘୁଷୁରୀ ମୃତ୍ୟୁ ନେଇ ଜଣାପଡ଼ିବା ପରେ ପ୍ରାଣୀ ଚିକିତ୍ସା ବିଭାଗକୁ ନିର୍ଦ୍ଦେଶ ଦିଆଯାଇ ସାମ୍ପୁଲ ସଂଗ୍ରହ ହୋଇଛି। ଅତିଶୀଘ୍ର ରୋଗର କାରଣ ଜଣାପଡ଼ିଲେ, ତାହାକୁ ନେଇ ପ୍ରତିଷେଧକ ମୂଳକ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଡେପୁଟି କମିଶନର।

Advertisment
Odisha News