Advertisment

ସ୍ତ୍ରୀ ଆଣିଥିଲେ ବିଜୟର ଖୁସି, ବିଧବା କରିଦେଲା ବିଧାତା

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ପତ୍ନୀ ପିନ୍ଧିଲେ ବିଜୟର ଟିକା । ସାଜିଲେ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ । ପତ୍ନୀଙ୍କ ଖୁସିରେ ସ୍ୱାମୀ ବି ଥିଲେ ବେଶ୍‌ ଖୁସି । ମାଟିରେ ଲାଗୁ ନ ଥିଲା ପାଦ । ହେଲେ ସହିଲାନି ଦଇବ । ଯେଉଁ ପତ୍ନୀ କିଛି ଦିନ ପୂର୍ବେ ବେକରେ ବିଜୟ ମାଳା ପିନ୍ଧିଥିଲେ, ଆଜି ସେ ପାଲଟିଗଲେ ନିସ୍ୱ । ପୋଛି ହୋଇଗଲା ସିନ୍ଥିର ସିନ୍ଦୂର। ଭାଙ୍ଗିଗଲା ହାତର ଚୁଡ଼ି। ପାଣି ଫୋଟକା ପରି […]

ଅଦ୍ୟତନ ହୋଇଛି
ସ୍ତ୍ରୀ ଆଣିଥିଲେ ବିଜୟର ଖୁସି, ବିଧବା କରିଦେଲା ବିଧାତା

bbb

Advertisment

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ପତ୍ନୀ ପିନ୍ଧିଲେ ବିଜୟର ଟିକା । ସାଜିଲେ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ । ପତ୍ନୀଙ୍କ ଖୁସିରେ ସ୍ୱାମୀ ବି ଥିଲେ ବେଶ୍‌ ଖୁସି । ମାଟିରେ ଲାଗୁ ନ ଥିଲା ପାଦ । ହେଲେ ସହିଲାନି ଦଇବ । ଯେଉଁ ପତ୍ନୀ କିଛି ଦିନ ପୂର୍ବେ ବେକରେ ବିଜୟ ମାଳା ପିନ୍ଧିଥିଲେ, ଆଜି ସେ ପାଲଟିଗଲେ ନିସ୍ୱ । ପୋଛି ହୋଇଗଲା ସିନ୍ଥିର ସିନ୍ଦୂର। ଭାଙ୍ଗିଗଲା ହାତର ଚୁଡ଼ି। ପାଣି ଫୋଟକା ପରି ମିଳାଇଗଲା  ସମସ୍ତ ଖୁସି। ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷଙ୍କ ସ୍ୱାମୀଙ୍କ ଏପରି ଅଚାନକ ବିୟୋଗକୁ ସ୍ଥାନୀୟ ଅଞ୍ଚଳବାସୀ ବି ସହଜେ ଗ୍ରହଣ କରିପାରୁ ନାହାନ୍ତି।  ଏପରି ହୃଦୟ ବିଦାୟକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକରେ ହୋଇଛି। ମୃତକ ହେଲେ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ ଜୟଶ୍ରୀ ସାହୁଙ୍କ ସ୍ୱାମୀ ହିମାଂଶୁ ବାରିକ ।

Advertisment

ହିମାଂଶୁ ଗତକାଲି ବିଳମ୍ବିତ ରାତିରେ ନିକଟସ୍ଥ ଗଣ୍ଡାଧର ଗାଁରୁ ଭୋଜି ଖାଇ ଘରକୁ ଫେରିଥିଲେ।  ମାତ୍ର ଘରେ ଭୀଷଣ ବାନ୍ତି ହେବାରୁ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ପରିବାର ଲୋକେ ତୁରନ୍ତ ତାଙ୍କୁ ଭଞ୍ଜନଗର ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ଗାଁକୁ ନିଆଯାଇଛି।

ଖବର ପ୍ରଚାରିତ ହେବା ପରେ ହିମାଂଶୁଙ୍କ ଘର ସମ୍ମୁଖରେ ଶତାଧିକ ଲୋକଙ୍କ ଗହଳି ହୋଇଛି। ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଏହି ଖବରକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ସ୍ଥାନୀୟ ଲୋକ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe