Advertisment

ବ୍ରହ୍ମପୁର ପୁଲିସକୁ ବଡ଼ ସଫଳତା, ଧରା ପଡ଼ିଲା ଆଇପିଏଲ୍ ବେଟିଂର ମୁଖ୍ୟ ଅଭିଯୁକ୍ତ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆଇପିଏଲର ପରବର୍ତ୍ତୀ ସଂସ୍କରଣ ଆରମ୍ଭ ହେବା ବ୍ରହ୍ମପୁର ପୁଲିସକୁ ମିଳିଛି ବଡ଼ ସଫଳତା। ପଶ୍ଚିମ ବଙ୍ଗରେ ରହି ଆଇପିଏଲ୍ ବେଟିଂ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଏବେ ବ୍ରହ୍ମପୁର ପୁଲିସ୍ ହାତରେ ଧରାପଡିଛି। ସାରା ରାଜ୍ୟରେ ଏହି ବେଟିଂ ନେଟୱର୍କ ଚଳାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦିନୋଶ ରାଠି। ବ୍ରହ୍ମପୁର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ କୋଲକାତା ଯାଇ ତାକୁ ଗିରଫ କରିବାରେ ସଫଳ ହୋଇଛି। ଏ ନେଇ ଆଜି ବ୍ରହ୍ମପୁର ଏସପି ଆଜି […]

author-image
Ranjit Kumar Jena
ବ୍ରହ୍ମପୁର ପୁଲିସକୁ ବଡ଼ ସଫଳତା, ଧରା ପଡ଼ିଲା ଆଇପିଏଲ୍ ବେଟିଂର ମୁଖ୍ୟ ଅଭିଯୁକ୍ତ

ipl-betting

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଆଇପିଏଲର ପରବର୍ତ୍ତୀ ସଂସ୍କରଣ ଆରମ୍ଭ ହେବା ବ୍ରହ୍ମପୁର ପୁଲିସକୁ ମିଳିଛି ବଡ଼ ସଫଳତା। ପଶ୍ଚିମ ବଙ୍ଗରେ ରହି ଆଇପିଏଲ୍ ବେଟିଂ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଏବେ ବ୍ରହ୍ମପୁର ପୁଲିସ୍ ହାତରେ ଧରାପଡିଛି। ସାରା ରାଜ୍ୟରେ ଏହି ବେଟିଂ ନେଟୱର୍କ ଚଳାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦିନୋଶ ରାଠି। ବ୍ରହ୍ମପୁର ପୁଲିସର ଏକ ସ୍ୱତନ୍ତ୍ର ଟିମ୍ କୋଲକାତା ଯାଇ ତାକୁ ଗିରଫ କରିବାରେ ସଫଳ ହୋଇଛି। ଏ ନେଇ ଆଜି ବ୍ରହ୍ମପୁର ଏସପି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ଗତ ଅକ୍ଟୋବର ମାସରେ ୨ ଜଣ ଆଇପିଏଲ ବୁକି ଗିରଫ ହୋଇ ସେମାନଙ୍କ ଠାରୁ ୩୩ ଲକ୍ଷରୁ ଅଧତ୍କ ଟଙ୍କା ସମେତ ମୋବାଇଲ ଫୋନ୍, ଲ୍ୟାପଟପ୍ ଆଦି ଜବତ ହୋଇଥିଲା। ତେବେ ପୁଲିସ୍ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଥିଲା। ଜବତ ଲ୍ୟାପଟପ୍ ଓ ମୋବାଇଲରୁ କିଛି ତଥ୍ୟ ପୁଲିସ୍ ସଂଗ୍ରହ କରିବା ସହ ଆଉ କିଛି ବ୍ୟକ୍ତିଙ୍କୁ ଗିରଫ କରିବା ପରେ ଆହୁରି ତଦନ୍ତ ଜାରି ରଖିଥିଲା।

ପରେ ଏହାର ମୁଖ୍ୟ ଅଭିଯୁକ୍ତ କୋଲକାତାରେ ଥିବା ଜାଣିବାକୁ ପାଇଥିଲା ବ୍ରହ୍ମପୁର ପୁଲିସ୍। ଫଳରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ କୋଲକାତା ପଠାଯାଇଥିଲା। ଆଉ ମୁଖ୍ୟ ଅଭିଯୁକ୍ତ ଦିନେଶ ରାଠିକୁ ପୁଲିସ ଗିରଫ କରିଛି। ତାକୁ ବେଟିଂର ମୁଖ୍ୟ ଷ୍ଟକିଷ୍ଟ ବୋଲି କୁହାଯାଏ। ତା ଠାରୁ ଯେଉଁମାନେ ୟୁଜର ନେମ୍ ଓ ପାସ୍ ୱାର୍ଡ ନେଇ ବ୍ୟବହାର କରନ୍ତି। ସେମାନଙ୍କୁ ଡିଷ୍ଟ୍ରିବ୍ୟୁଟର କୁହାଯାଏ।

Advertisment

ଆଇପିଏଲ ବେଟିଂରେ ଲାଗିଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ବର୍ତ୍ତମାନ ସୁଦ୍ଧା ୫ କୋଟି ୨୯ ଲକ୍ଷ ୨୬ ହଜାର ୪୯୯ ଟଙ୍କା ଜବତ ହୋଇଥିବା ଏସପି କହିଛନ୍ତି। ତେବେ ଏଥିମଧ୍ୟରୁ କେବଳ ଦିନେଶ ଆକାଉଣ୍ଟରୁ ହିଁ ୭୨ ଲକ୍ଷ ୯୬ ହଜାର ଟଙ୍କା ଜବତ କରାଯାଇଥିବା ଏସପି କହିଛନ୍ତି। ଗିରଫ ପରେ ଦିନେଶକୁ ୫ ଦିନିଆ ରିମାଣ୍ଡରେ ନିଆଯାଇଛି। ଦିନେଶକୁ ମିଶାଇ ୭ ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଥିବା ବ୍ରହ୍ମପୁର ଏସପି କହିଛନ୍ତି।