Advertisment

ଖଦି ଡ୍ରେସ୍‌ ପିନ୍ଧିବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ

ପ୍ରଦୂଷଣ ମୁକ୍ତ କରିବା ପାଇଁ ଶନିବାର କ୍ୟାମ୍ପସକୁ ଇନ୍ଧନ ଚାଳିତ ଯାନ ନଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ର, ଅଧ୍ୟାପକ, କର୍ମଚାରୀମାନେ ଶନିବାର ବିଦ୍ୟୁତ ଚାଳିତ ଯାନ ଆଣିପାରିବେ।

author-image
Manoranjan Sial
Berhampur University

Berhampur University

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅଭିନବ ପଦକ୍ଷେପ। ଏଣିକି ସପ୍ତାହର ପ୍ରତ୍ୟେକ ଶୁକ୍ରବାର ବଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ଖଦି ଡ୍ରେସ୍‌ ପିନ୍ଧିବେ। ସେଥିପାଇଁ ସବୁ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି କୁଳପତି। କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ ବୋଲି କୁଳପତି କହିଛନ୍ତି।

Advertisment

ଖଦି ଡ୍ରେସ୍‌କୁ ନେଇ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ କହିଛନ୍ତି, ଖଦର ପ୍ରଚାର ପ୍ରସାର ପାଇଁ ଆମେ ଗୋଟିଏ ଦିନ ଖଦି ଡ୍ରେସ୍‌ ପିନ୍ଧିବାକୁ ନିଷ୍ପତ୍ତି ନେଇଛୁ। ସେଥିପାଇଁ ମହାବିଦ୍ୟାଳୟର ସବୁ କର୍ମଚାରୀଙ୍କୁ ଅନୁରୋଧ କରାଯାଇଛି। ଖଦି ଡ୍ରେସ୍‌ ପିନ୍ଧିବା ପାଇଁ କାହାକୁ ବାଧ୍ୟ କରାଯାଇ ନାହିଁ ବୋଲି କୁଳପତି କହିଛନ୍ତି।

ଅନ୍ୟପକ୍ଷରେ ପ୍ରଦୂଷଣ ମୁକ୍ତ କରିବା ପାଇଁ ଶନିବାର କ୍ୟାମ୍ପସକୁ ଇନ୍ଧନ ଚାଳିତ ଯାନ ନଆଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ର, ଅଧ୍ୟାପକ, କର୍ମଚାରୀମାନେ ଶନିବାର ବିଦ୍ୟୁତ ଚାଳିତ ଯାନ ଆଣିପାରିବେ। ଆସନ୍ତା ୧୧ ତାରିଖରୁ କ୍ୟାମ୍ପସରେ ଯାନ କଟକଣା ଲାଗୁ ହେବ ବୋଲି କୁଳପତି କହିଛନ୍ତି।

Advertisment
Ganjam Berhampur