/odisha-reporter/media/post_attachments/uploads/2021/12/loot-5.jpg)
loot
ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ଦିନ ଦ୍ୱିପହରରେ ଲୁଟ୍ ପାଇଁ ଗୁଳିମାଡ଼। ଆଉ ଲୁଟ୍ ଉଦ୍ୟମ ବେଳେ ଗୁଳିମାଡ଼ରୁ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ଅଙ୍ଗାରଗାଁ ଓ ନୂଆଗଡ଼ ଗାଁ ମୁଖ୍ୟ ରାସ୍ତାରେ। ୩ ଦୁର୍ବୃତ୍ତ ବାଇକରେ ଆସି ଗୁଳି ମାଡ଼ କରିଥିବା ଅଭିଯୋଗ ହୋଇଛି। ଗୁରୁତର ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବେଗୁନିଆପଡ଼ା ଫାଣ୍ଡି ପୁଲିସ ପହଞ୍ଚି ଦଦନ୍ତ ଆରମ୍ଭ କରିଛି।
ଗୁଳିମାଡ଼ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଗଞ୍ଜାମ ଜିଲ୍ଲା ହୁମା ଅଞ୍ଚଳର ପୁଷ୍ପ ପ୍ରକାଶ ବେହେରା। ସେ ତାଙ୍କ ବାଇକରେ ଯାଉଥିବା ବେଳେ ହଠାତ୍ ତିନି ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ପୁଷ୍ପଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ପୁଷ୍ପଙ୍କୁ ଟଙ୍କା ମାଗିବା ସହ ବାଇକ୍ ମଧ୍ୟ ମାଗିଥିଲେ। ମନା କରିବାରୁ ଦୁର୍ବୃତ୍ତମାନେ ପୁଷ୍ପଙ୍କୁ ଗୁଳିମାଡ଼ କରିଥିଲେ। ତାଙ୍କ ଜଙ୍ଘ ଓ ଆଣ୍ଠୁରେ ଗୁଳି ବାଜିଥିବା ପୁଷ୍ପ କହିଛନ୍ତି।
ଦୁର୍ବୃତ୍ତମାନେ ପୁଷ୍ପଙ୍କ ଠାରୁ ତାଙ୍କର ପର୍ସ, ଯେଉଁଥିରେ ୧୦ହଜାର ଟଙ୍କା ସହ ବିଭିନ୍ନ କାର୍ଡ ମଧ୍ୟ ଥିଲା। ଏହାଛଡ଼ା ଦୁର୍ବୃତ୍ତ ବ୍ୟକ୍ତି ଜଣଙ୍କର ବାଇକ୍ ମଧ୍ୟ ଧରି ଚମ୍ପଟ ମାରିଥିଲେ। ଖବର ପାଇ ବେଗୁନିଆପଡା ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
