Advertisment

କୋଟିଏ ରୁଦ୍ରାକ୍ଷରେ ଶ୍ରୀହନୁମାନଙ୍କ ବିଗ୍ରହ

ହନୁମାନ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Lord Hanuman statue

Lord Hanuman statue

Advertisment

କୋଟିଏ ରୁଦ୍ରାକ୍ଷରେ ତିଆରି ହୋଇଛି ଶ୍ରୀହନୁମାନଙ୍କ ମୂର୍ତ୍ତି। କଲମ ହୋଇଛି ତୁଳସୀ କାଠି। ବେଲପତ୍ର ଉପରେ ନାରଙ୍ଗୀ ବର୍ଣ୍ଣ ସିନ୍ଦୁର ବ୍ୟବହାର କରି ଲେଖା ହୋଇଛି ଏକ ଲକ୍ଷ ରାମ ନାମ। ଏହି ବେଲପତ୍ରକୁ ପ୍ରଭୁ ଶ୍ରୀହନୁମାନଙ୍କୁ ଅର୍ପଣ କରାଯାଇଛି। ହନୁମାନ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ଏହି ଅବସରରେ ୧୦୮ ଥର ଗାୟତ୍ରୀ ଓ ୨୧ଥର ହନୁମାନ ଚାଳିଶା ପାଠ ମଧ୍ୟ ହୋଇଛି। ଶତାଧିକ ଭକ୍ତମାନେ ଏହି ରାମ ନାମ ଲିଖନ ଓ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ହନୁମାନ ଜୟନ୍ତୀରେ ଏଭଳି ଦୃଶ୍ୟ ଦେଖି ଭକ୍ତ ଆତ୍ମହରା ହୋଇପଡ଼ିଥିଲେ।

ଏହି ରୁଦ୍ରାକ୍ଷକୁ ନେପାଳ, ୠଷିକେଶ ଓ ହରିଦ୍ୱାରରୁ ସଂଗ୍ରହ କରାଯାଇଛି। ଯାହାକୁ ଗୁନ୍ଥି ଭକ୍ତମାନେ ମାଳ କରିବା ପରେ ଶ୍ରୀହନୁମାନଙ୍କ ମୂର୍ତ୍ତି କରାଯାଇଛି।

Advertisment
Ram Namaବେଲପତ୍ର ଉପରେ ରାମ ନାମ ଲେଖାଯାଉଛି।

ଏହି ଅବସରରେ ଏଠାରେ ୮୮୦କୋଟି ଗଛିତ ନାମ ପତ୍ରିକାକୁ ପୂଜା କରାଯାଇଥିଲା। ଦେଶର କୋଣ ଅନୁକୋଣରେ ଥିବା ସାଧକଙ୍କ ଦ୍ଵାରା ଭିନ୍ନ ଭିନ୍ନ ଭାଷାରେ ଲେଖିଥିବା ରାମ ନାମ ପତ୍ରିକା ଆସିଛି। ଯାହାକି ନାମ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଆସିଥିବାରୁ ଏସବୁକୁ ପୂଜା କରାଯାଇଛି।

ଆଶ୍ରମର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଆତ୍ମାରାମ ମହାରାଜଙ୍କ ତତ୍ତ୍ୱାବଧାନରେ ଏହି ପୂଜା ହେଉଛି। ଆଶ୍ରମ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶର ସତାନାର ମାନସଂଘ ସ୍ଥିତ ରାମବନରେ ୧୫୦ କୋଟି ନାମ ପତ୍ରିକା ସ୍ଥାପନ ହୋଇ ତିଆରି ହୋଇଛି ନାମ ମନ୍ଦିର। ସେହିଭଳି କୋଲକାତାରେ ହରିନାମ ସଂକୀର୍ତ୍ତନ ଭବନରେ ମଧ୍ୟ ରାମ ପତ୍ରିକା ପୂଜା ପାଉଛି। ନେପାଳ ପଶୁପତି ମନ୍ଦିର ନିକଟରେ ଅଛି ନାମ ପତ୍ରିକା ସ୍ତୁପ। ଦକ୍ଷିଣ ଆଫ୍ରିକା ଓ ନାଇରୋବିର କେତେକ ସ୍ଥାନରେ ୧୨୫ କୋଟି ନାମ ପତ୍ରିକା ସଂଗୃହିତ ହୋଇ ମନ୍ଦିର ପ୍ରତିଷ୍ଠା କରାଯାଇଛି। ତେବେ ଆସିକା ଗୁରୁକୃପା ଆଶ୍ରମରେ ପୃଥିବୀର ସର୍ବାଧିକ ନାମ ପତ୍ରିକା ସଂଗୃହିତ ହୋଇଛି ବୋଲି ଦାବି କରାଯାଇଛି।

ରିପୋର୍ଟ- ଆସ୍କାରୁ ମନୋଜ ମୁନୀ,ଆସିକା

Hanuman Jayanti
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe