Advertisment

ଅଟୋରେ ମିଳୁଛି ଲଗ୍‌ଜୁରିୟସ୍‌ କାର୍‌ର ସେବା; ରହିଛି ଏହି ସବୁ ବ୍ୟବସ୍ଥା

ଚଳିତବର୍ଷ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ହେଉଥିବାରୁ ଜିତେନ୍ଦ୍ରଙ୍କ ଏହି ଉପାୟ ବେଶ୍‌ ଲାଭବାନ ହୋଇଛି। ପିଲାଙ୍କଠାରୁ ବୁଢ଼ା ସମସ୍ତଙ୍କ ପସନ୍ଦ ପାଲଟିଛି ଜିତେନ୍ଦ୍ରଙ୍କ ଏହି ଅଟୋ।

Ganjam

Ganjam

Advertisment

ଲାଗିଛି କୁଲର। ଛାତରେ ଘାଇଁ ଘାଇଁ ଘୁରୁଛି ଫ୍ୟାନ୍। ଏଲିଡି ଟିଭିରେ ମନୋରଞ୍ଜନର ମଜା ନେଉଛନ୍ତି ଯାତ୍ରୀ। ଏପରି ଆରାମ ଦାୟକ ସେବା କୌଣସି ଲଗଜୁରିୟସ୍‌ କାର୍‌ ନୁହେଁ, ଏକ ଅଟୋରେ ମିଳୁଛି। ଏହାଛଡ଼ା ଯାତ୍ରୀଙ୍କ ପାଇଁ ପଡ଼ିଛି ଆରାମ ଦାୟକ ସିଟ୍‌। ଯାହା ଅନ୍ୟ ଅଟୋଠାରୁ ଟିକେ ନିଆରା ପରି ଲାଗୁଛି। ନୂତନ ଜ୍ଞାନ କୌଶଳ ଖଟାଇ ନିଜର ପୁରୁଣା ଅଟୋକୁ ଏବେ ଲକଜୁରି ଅଟୋରେ ପରିଣତ କରିଛନ୍ତି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ସହରର ଜିତେନ୍ଦ୍ର ବରାଡ।

Advertisment

ବେଲଗୁଣ୍ଠା ସହରର ଜିତେନ୍ଦ୍ର ବରାଡ ପେଶାରେ ଜଣେ ଅଟୋ ଡ୍ରାଇଭର। ଅଟୋ ଚଳାଇ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ହେଲେ ଗତ କିଛି ବର୍ଷ ହେଲା ସହରରେ ବଢ଼ିଗଲା ଅଟୋ ସଂଖ୍ୟା। ଯାହାଦ୍ୱାରା ପୂର୍ବ ପରି ବେପାର ଭଲ ହେଲାନାହିଁ। ପ୍ରତିଯୋଗୀତାମୂଳକ ବଜାରରେ ତିଷ୍ଠିବା ଜିତେନ୍ଦ୍ରଙ୍କ ପକ୍ଷେ ସମ୍ଭବ ହୋଇପାରୁନଥିଲା। ଏପରି ସ୍ଥିତି ନୂଆ କିଛି କରିବା ଉଦ୍ଦେଶ୍ୟରେ ଲାଗି ପଡ଼ିଲେ ଜିତେନ୍ଦ୍ର।

ରୋଜଗାରର ମୁଖ୍ୟ ଉତ୍ସ ଥିବା ନିଜର ପୁରୁଣା ଅଟୋକୁ ନୂଆ ରୂପ ଦେବା ପାଇଁ ଚେଷ୍ଟା କଲେ ଜିତେନ୍ଦ୍ର। ସେଥିପାଇଁ ସେ ୟୁଟ୍ୟୁବ୍‌ର ସହାୟତା ନେଇଥିଲେ। ୟୁଟ୍ୟୁବ୍‌ରେ ସର୍ଚ୍ଚ କରୁକରୁ ଅଟୋରେ କୁଲର ଲଗାଇବାର ସୂତ୍ର ପାଇଥିଲେ। ପରବର୍ତ୍ତୀ ସମୟରେ ନିଜର ଅଟୋରେ ଗୋଟିଏ ଛୋଟ କୁଲର ଖଞ୍ଜିଦେଲେ। ଖାଲି କୁଲର ନୁହେଁ, ଛାତରେ ଗୋଟିଏ ପଙ୍ଖା ମଧ୍ୟ ଲଗାଇଦେଲେ। ଆଉ ଯାତ୍ରୀଙ୍କ ବସିବାକୁ ଆରାମ ଦାୟକ କରିବା ପାଇଁ ପକାଇଥିଲେ ଗଦି। ଅଟୋରେ ବସୁଥିବା ଯାତ୍ରୀଙ୍କୁ ମନୋରଞ୍ଜନ ଦେବା ପାଇଁ ଏଲିଡି ଟିଭି ଲଗାଇଲେ। ଆଗକୁ ନିଜ ଅଟୋରେ ଫ୍ରିଜ୍‌ ଲଗାଇବାର ବ୍ୟବସ୍ଥା କରୁଛନ୍ତି ଜିତେନ୍ଦ୍ର।

Advertisment

ଚଳିତବର୍ଷ ଗ୍ରୀଷ୍ମ ଋତୁରେ ପ୍ରବଳ ଗରମ ହେଉଥିବାରୁ ଜିତେନ୍ଦ୍ରଙ୍କ ଏହି ଉପାୟ ବେଶ୍‌ ଲାଭବାନ ହୋଇଛି। ପିଲାଙ୍କଠାରୁ ବୁଢ଼ା ସମସ୍ତଙ୍କ ପସନ୍ଦ ପାଲଟିଛି ଜିତେନ୍ଦ୍ରଙ୍କ ଏହି ଅଟୋ। ଖରା ଯୋଗୁ ଅନ୍ୟ ଅଟୋମାନେ ଗଡ଼ି ପାରୁନଥିବା ବେଳେ ଜିତେନ୍ଦ୍ରଙ୍କ ଅଟୋ ସହରର ଏ କୋଣରୁ ସେ କୋଣକୁ ଅନବରତ ଦୌଡ଼ୁଛି। ଆଉ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳରେ ଛାଡ଼ୁଛି। ଏଥିରୁ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ଜିତେନ୍ଦ୍ର। ଗତ ୬ ବର୍ଷ ହେବ ସେ ଅଟୋ ଚଳାଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି।

ଜିତେନ୍ଦ୍ର କହିଛନ୍ତି, ମୁଁ ଜଣେ ମେକାନିକ୍‌। ୟୁଟ୍ୟୁବ୍‌ ଦେଖି ପାଟ୍ସ ମଗାଇ ନିଜ ଅଟୋକୁ ଲଗ୍‌ଜୁରିୟସ୍‌ କରିଛି। ଆଗ ଅପେକ୍ଷା ବେପାର ଭଲ ବଢ଼ିଛି। ମୋ’ ଅଟୋରେ ରୋଗୀମାନଙ୍କ ପାଇଁ ବହୁତ ସୁବିଧା ରହିଛି। କାର୍‌ରେ ଗଲା ଭଳି ସେମାନଙ୍କୁ ଲାଗିବ। ରୋଗୀଙ୍କ ପାଇଁ ସ୍ପଶାଲ ଡିସ୍‌କାଉଣ୍ଟ ରହିଛି। ଗରିବ ଓ ଅସହାୟ ରୋଗୀ ହେଲେ ୫୦% ଡିସ୍‌କାଉଣ୍ଟରେ ନେବା ଆଣିବା କରିବି ବୋଲି ଜିତେନ୍ଦ୍ର କହିଛନ୍ତି।

ରିପୋର୍ଟ-ଭଞ୍ଜନଗରରୁ ରାଜେଶ୍ କୁମାର ପଣ୍ଡା

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe