Advertisment

ପୁଅକୁ ବଞ୍ଚାଇବାକୁ ଯାଇ ନଦୀ ଗଣ୍ଡରେ ବୁଡ଼ିଗଲା ବାପା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗାଁ ନିକଟ ଘୋଡ଼ାହାଡ଼ ନଦୀରେ ଆଜି ଏହି ଅଘଟଣ ଘଟିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Ghodahada River

Ghodahada River

ନଦୀରୁ ପୁଅକୁ ଉଦ୍ଧାର କରିବାକୁ ଯାଇ ବାପା ମୃତ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗାଁ ନିକଟ ଘୋଡ଼ାହାଡ଼ ନଦୀରେ ଆଜି ଏହି ଅଘଟଣ ଘଟିଛି। ମୃତକ କଇଠଖଣ୍ଡି ପଂଚାୟତ ତଲାସିଙ୍ଗି ଗ୍ରାମର ଅରୁଣ ପଣ୍ଡା। ସେ ଆଜି ଗାଧୋଇବାକୁ ନିଜ ୮ ବର୍ଷର ପୁଅ ସହ ନଦୀକୁ ଯାଇଥିଲେ।

Advertisment

ବାପପୁଅ ମିଶି ଗାଧୋଇବା ବେଳେ ପୁଅ ନଦୀର ଅକାତକାତ ପାଣି ଥିବା ଏକ ଗଣ୍ଡରେ ବୁଡି ଯାଇଥିଲା। ପୁଅକୁ ଉଦ୍ଧାର କରିବାକୁ ଯାଇ ଗଭୀର ଜଳକୁ ଡେଇଁ ପଡ଼ିଥିଲା ବାପା। ପୁଅକୁ ବହୁ କଷ୍ଟରେ କୂଳରେ ପହଞ୍ଚାଇ ଥିଲେ ବାପା। ହେଲେ ନଦୀର ଗଭୀର ପାଣି ଭିତରେ ସେ ନିଜେ ନିଖୋଜ ହୋଇଯାଇଥିଲେ। ଦିଗପହଣ୍ଡି ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିବା ପରେ ଅରୁଣଙ୍କ ମୃତଦେହ ପାଣି ଭିତରୁ ମିଳିଥିଲା।

ଏହି ଘଟଣାକୁ ନେଇ ନଦୀକୂଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ମୃତ ଅରୁଣ ରାଉରକେଲାରେ ଚାକିରି କରୁଥିବା ବେଳେ ଗାଁକୁ ବୁଲିବାକୁ ଆସିଥିବା ଜଣାପଡ଼ିଛି।

Advertisment
River Mishap Unnatural Death