Advertisment

ବାହାଘରର ଦୁଇଦିନ ପରେ ସରପଞ୍ଚ ପ୍ରାର୍ଥୀ, ଏବେ ସ୍ୱାମୀ ସହ ଘରକୁ ଘର ବୁଲୁଛନ୍ତି

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡ କମ୍ପୁଛି। କୋଭିଡ୍ କଟକଣା ସତ୍ତ୍ୱେ ଗ୍ରାମାଞ୍ଚଳ ରାଜନୀତି ଉସ୍ମ ହୋଇ ଉଠିଥିବା ବେଳେ ଭୋଟର ମାନଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ରଣକୌଶଳ ଆପଣାଇଛନ୍ତି। ତେବେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକର ଆଇତିପୁର ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ଯୋଗୀ ପଲାଇଙ୍କ ପୁଅ ପ୍ରଶାନ୍ତ […]

author-image
Ranjit Kumar Jena
ବାହାଘରର ଦୁଇଦିନ ପରେ ସରପଞ୍ଚ ପ୍ରାର୍ଥୀ, ଏବେ ସ୍ୱାମୀ ସହ ଘରକୁ ଘର ବୁଲୁଛନ୍ତି

khalikote

ଖଲ୍ଲିକୋଟ (ସିଲୁ ବିଶ୍ୱାଳ): ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଗାଁ ଦାଣ୍ଡ କମ୍ପୁଛି। କୋଭିଡ୍ କଟକଣା ସତ୍ତ୍ୱେ ଗ୍ରାମାଞ୍ଚଳ ରାଜନୀତି ଉସ୍ମ ହୋଇ ଉଠିଥିବା ବେଳେ ଭୋଟର ମାନଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପ୍ରକାର ରଣକୌଶଳ ଆପଣାଇଛନ୍ତି। ତେବେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକର ଆଇତିପୁର ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର।

Advertisment

ସରପଞ୍ଚ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ଯୋଗୀ ପଲାଇଙ୍କ ପୁଅ ପ୍ରଶାନ୍ତ କୁମାର ପଲାଇ ପ୍ରସ୍ତୁତ ହେଉଥିବା ବେଳେ ଉକ୍ତ ଗ୍ରାମର ସରପଞ୍ଚ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ଯେଉଁକାରଣରୁ ପ୍ରଶାନ୍ତ ଯେକୌଣସି ଉପାୟରେ ପଞ୍ଚାୟତରେ କ୍ଷମତା ହାସଲ ପାଇଁ ନିଜ ପତ୍ନୀଙ୍କୁ ପ୍ରାର୍ଥୀ କରିବା ପାଇଁ ଚିନ୍ତା କରିଥିଲେ। ଆଉ ଏଥିପାଇଁ ସେ ଉକ୍ତ ବ୍ଲକର ପ୍ରଭାତୀ ସାହୁଙ୍କୁ ବିବାହ କରିଛନ୍ତି। ଯେହେତୁ ଗାଁରେ ସରପଞ୍ଚ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି, ତେଣୁ ପ୍ରଶାନ୍ତ ବିବାହ କରି ନିଜ ପତ୍ନୀଙ୍କୁ ସରପଞ୍ଚ ପଦବୀରେ ପ୍ରାର୍ଥୀ କରିଛନ୍ତି।

ଗତବର୍ଷ ଅଗଷ୍ଟ ୨୧ ତାରିଖରେ ପ୍ରଶାନ୍ତ ସେହି ବ୍ଲକର ଶ୍ରୀକୃଷ୍ଣ ଶରଣପୁର ଗ୍ରାମର ପ୍ରକାଶ ସାହୁଙ୍କ ଝିଅ ପ୍ରଭାତୀ ସାହୁଙ୍କୁ କୋର୍ଟ ବିବାହ କରିଥିଲେ। କିନ୍ତୁ ଗତ ୨୭ ତାରିଖରେ ସେ ପ୍ରଭାତୀଙ୍କୁ ହିନ୍ଦୁ ବୈଦିକ ନୀତିରେ ବିବାହ କରିଛନ୍ତି। ଯାହା ପରେ ପ୍ରଭାତୀ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ମଇଦାନକୁ ଓହ୍ଲାଇଛନ୍ତି।

Advertisment

ଉକ୍ତ ପଞ୍ଚାୟତରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଟ୍ୱିଙ୍କଲ ସ୍ୱାଇଁ ନିର୍ବାଚନ ଲଢ଼ିବେ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଭାତୀ ଜଣେ ବିଜ୍ଞାନ ସ୍ନାତକ ଓ ତାଙ୍କ ସ୍ୱାମୀ ପ୍ରଶାନ୍ତ ବି-ଟେକ ପାଠ ପଢ଼ିଛନ୍ତି। ଏଣୁ ଖଲିକୋଟ ବ୍ଲକରେ ଏଭଳି ଉଚ୍ଚ ଶିକ୍ଷିତ ମହିଳା ମାନେ ଗ୍ରାମାଞ୍ଚଳ ରାଜନୀତିକୁ ଆସୁଥିବାରୁ ସାଧାରଣରେ ଆଲୋଚନା ଜୋର ଧରୁଛି। ବର୍ତ୍ତମାନ ସେ ହାତରେ ମେହେନ୍ଦି ପାଦରେ ଅଳତା ନାଇ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି। ନୂଆ ବୋହୂ ସାଜି ଭୋଟରଙ୍କୁ ନିଜ ଆଡୁ ଆକୃଷ୍ଟ କରୁଛନ୍ତି।