Advertisment

ହାତଗଣ୍ଠି ପଡ଼ିବା ପୂର୍ବରୁ ଅଟକିଲା ବାହାଘର

ଆସିକା (ମନୋଜ ମୁନୀ): ସଞ୍ଜ ନଇଁଲେ ଜୀବନସାଥୀ ହୋଇଥାନ୍ତେ ବର ଓ କନ୍ୟା। ହେଲେ ବିବାହରେ ବାଧକ ସାଜିଲା କରୋନା ମହାମାରୀ। ବିବାହ କରିବାକୁ ଯାଉଥିବା ବରର କରୋନା ରିପୋର୍ଟ ପଜିଟିଭ୍ ବାହାରିଲା, ଯାହା ପରେ ବନ୍ଦ ହୋଇଗଲା ବିବାହ ଉତ୍ସବ। ଏପରିକି ଉଭୟ ବର ଓ କନ୍ୟାକୁ ସଂଗରୋଧ ଗୃହରେ ରହିବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଗ୍ରାମରେ। ଗ୍ରାମର ରାଜେନ୍ଦ୍ର ଦଣ୍ଡିଆ ବିବାହ ପାଇଁ ପୂରା […]

ଅଦ୍ୟତନ ହୋଇଛି
ହାତଗଣ୍ଠି ପଡ଼ିବା ପୂର୍ବରୁ ଅଟକିଲା ବାହାଘର

marriage1

Advertisment

ଆସିକା (ମନୋଜ ମୁନୀ): ସଞ୍ଜ ନଇଁଲେ ଜୀବନସାଥୀ ହୋଇଥାନ୍ତେ ବର ଓ କନ୍ୟା। ହେଲେ ବିବାହରେ ବାଧକ ସାଜିଲା କରୋନା ମହାମାରୀ। ବିବାହ କରିବାକୁ ଯାଉଥିବା ବରର କରୋନା ରିପୋର୍ଟ ପଜିଟିଭ୍ ବାହାରିଲା, ଯାହା ପରେ ବନ୍ଦ ହୋଇଗଲା ବିବାହ ଉତ୍ସବ। ଏପରିକି ଉଭୟ ବର ଓ କନ୍ୟାକୁ ସଂଗରୋଧ ଗୃହରେ ରହିବାକୁ ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଦସେଇପୁର ଗ୍ରାମରେ।

Advertisment

ଗ୍ରାମର ରାଜେନ୍ଦ୍ର ଦଣ୍ଡିଆ ବିବାହ ପାଇଁ ପୂରା ପ୍ରସ୍ତୁତ ଥିଲେ ଏବଂ ଏଥିପାଇଁ ଅନୁମତି ମଧ୍ୟ ଆଣିଥିଲେ। ବିବାହ ପୂର୍ବରୁ ରାଜେନ୍ଦ୍ର ନିଜର କରୋନା ପରୀକ୍ଷା କରାଇଥିଲେ। ଶୁକ୍ରବାର ଅର୍ଥାତ୍ ମେ’ ୨୧ ତାରିଖ ରାତିରେ ରାଜେନ୍ଦ୍ରଙ୍କର ବିବାହ ହୋଇଥାନ୍ତା। ଏଥିପାଇଁ ଭୋଜିଭାତର ଆୟୋଜନ ମଧ୍ୟ କରାଯାଇଥିଲା। ହେଲେ ବିବାହର ଠିକ୍ ପୂର୍ବରୁ ରାଜେନ୍ଦ୍ରଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଲା।

ସାନଖେମୁଣ୍ଡି ପ୍ରଶାସନ ଖବର ପାଇବା ପରେ ତହସିଲଦାର ଡ. ଶ୍ରୀନିବାସ ବେହେରା, ବିଡିଓ ଗାୟତ୍ରୀ ଦତ୍ତ ନାୟକ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ବର ପିତା ଓ କନ୍ୟା ପିତାଙ୍କ ସହ ଆଲୋଚନା କରି ବିବାହ ଭୋଜି ବନ୍ଦ କରିବା ସହ କନ୍ୟା ପିତାଙ୍କ ଠାରୁ ଲିଖିତ ଆଣିଥିଲେ। ଏହାପରେ ବରକୁ ସଂଗରୋଧ ଘରେ ରଖିବା ସହ କନ୍ୟାକୁ ମଧ୍ୟ ଅନ୍ୟ ଏକ ସଂଗରୋଧ ଗୃହରେ ରଖିଥିଲେ।

Advertisment

ସୂଚନାଯୋଗ୍ୟ, ଗ୍ରାମାଞ୍ଚଳରେ କରୋନା କଟକଣାକୁ ମାନୁନଥିବା ଦେଖିବାକୁ ମିଳିଛି। ଯେଉଁ କାରଣରୁ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଚାଲିଛି। ଗ୍ରାମାଞ୍ଚଳରେ ବହୁଆଡ଼ମ୍ବରରେ ଭୋଜିଭାତ ହେଉଥିବା ଦେଖିବାକୁ ମିଳୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe