Advertisment

MKCG ମେଡିକାଲ କଲେଜ ଓ ହସ୍‌ପିଟାଲରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ମୃତ ଛାତ୍ରୀ ପିଜି କରୁଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
MKCG

MKCG

ବ୍ରହ୍ମପୁର ସ୍ଥିତ MKCG ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁଭାନୀ ପଟ୍ଟନାୟକ। ସେ ପିଜି ପ୍ରଥମ ବର୍ଷର ଚର୍ମ ବିଭାଗର ଛାତ୍ରୀ ଥିଲେ। ତାଙ୍କ ଘର ପୁରୁଷୋତ୍ତମପୁରରେ।

Advertisment

ସୁଭାନୀ ହଷ୍ଟେଲରେ ରହୁଥିଲେ। ଆଜି ସକାଳେ ତାଙ୍କର ସାଙ୍ଗମାନେ ହସ୍‌ପିଟାଲ ଯିବା ପାଇଁ ବାହାରିବା ବେଳେ ତାଙ୍କ ରୁମ୍ ବନ୍ଦ ଥିଲା। ସେ ବାହାରି ନଥିଲେ। ପରେ ଜଣାପଡ଼ିଲା ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପୁଲିସ ପକ୍ଷରୁ ସୁଭାନୀଙ୍କ ବାପାଙ୍କ ବୟାନ ରେକର୍ଡ କରାଯାଇଛି। ତାଙ୍କ ବାପାଙ୍କ ସୂଚନା ଆଧାରରେ ପୁଲିସ କହିଛି ଯେ ସୁଭାନୀଙ୍କର ମାଇଗ୍ରେନ ସମସ୍ୟା ଥିଲା। ସେଥିପାଇଁ ସେ ଔଷଧ ଖାଉଥିଲେ। ଔଷଧର ଓଭରଡୋଜ ଯୋଗୁ ତାଙ୍କର ସମସ୍ୟା ହୋଇଥାଇପାରେ ବୋଲି ତାଙ୍କ ବାପା ଆଶଙ୍କା କରୁଛନ୍ତି। ତେବେ ସୁଭାନୀ ନିଜେ ଜଣେ ଡାକ୍ତର ହୋଇଥିବାରୁ ଔଷଧର ଓଭରଡୋଜ କେମିତି ନେଲେ, ତା’ ଉପରେ ସମସ୍ତଙ୍କର ସନ୍ଦେହ ହେଉଛି।

Advertisment

ପୁଲିସ ଶବକୁ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ତା’ସହିତ ସୁଭାନୀଙ୍କ ହଷ୍ଟେଲ ରୁମ୍‌ରେ ପହଞ୍ଚି ଯାଞ୍ଚ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସୁଭାନୀଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

MKCG Student Death