Advertisment

ଦୁବାଇରୁ ମୃତଦେହ ଆଣିବା ପାଇଁ ଅନୁରୋଧ କଲେ ପରିବାର ଲୋକ

ଗାଁରେ କାମ ମିଳିଲା ନାହିଁ। ତେଣୁ ଏଜେଣ୍ଟ ମାଧ୍ୟମରେ ବେଗୁନିଆପଡା ବ୍ଲକ୍‌ ମର୍ଦକୋଟ ଗାଁର ୫୦ ବର୍ଷୀୟ ଧ୍ରୁବ ଚରଣ ବରାଡ ଦୁବାଇ ଯାଇଥିଲେ। ସେ ସେଠାରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ।

Ganjam

Ganjam

Advertisment

ଭୋକର ବିକଳରେ ଗାଁରେ ପରିବାରକୁ ଛାଡ଼ି ଦୁବାଇ ଯାଇଥିଲେ। ହେଲେ ସେଠାରେ ଚାଲିଗଲା ତାଙ୍କ ଜୀବନ। ମୁଖ୍ୟମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ଆସିଛି ଏପରି ଦୁଃଖଦ ଖବର। ମୃତଦେହ ଗାଁକୁ ଫେରାଇ ଆଣିବା ପାଇଁ ପରିବାର ଲୋକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

Advertisment

ଗାଁରେ କାମ ମିଳିଲା ନାହିଁ। ତେଣୁ ଏଜେଣ୍ଟ ମାଧ୍ୟମରେ ବେଗୁନିଆପଡା ବ୍ଲକ୍‌ ମର୍ଦକୋଟ ଗାଁର ୫୦ ବର୍ଷୀୟ ଧ୍ରୁବ ଚରଣ ବରାଡ ଦୁବାଇ ଯାଇଥିଲେ। ସେ ସେଠାରେ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିଲେ। ଦୀର୍ଘ ୮ ବର୍ଷ ହେଲା ସେ ସେଠାରେ କାମ କରୁଥିଲେ। ତେବେ ଗତବର୍ଷ ଝିଅ ବାହାଘର ପାଇଁ ଗାଁକୁ ଆସିଥିଲେ। ଝିଅକୁ ବାହା କରାଇ ପୁଣି ସେ ଦୁବାଇ ପଳାଇ ଯାଇଥିଲେ। ଯେଉଁ ସଂସ୍ଥାରେ କାମ କରୁଥିଲେ, ସେଠାରେ ଯୋଗଦେଇଥିଲେ।

ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ୱିତରେ ଧ୍ରୁବଙ୍କ ଛାତି ଯନ୍ତ୍ରଣା ହେଉଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାର୍ଟ ଆଟାକ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଧ୍ରୁବଙ୍କ ସହିତ ରହୁଥିବା ତାଙ୍କ ସାଥୀମାନେ ଫୋନ୍‌ କରି ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଏହା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ୍‌ ହୋଇଗଲା। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ପରିବାର।

Advertisment

ବର୍ଷେ ତଳେ ଝିଅର ବାହାଘର ହୋଇଥିଲା। ବାହାଘର ପାଇଁ ବହୁ ଧାର ଉଧାର କରିଥିଲେ ଧ୍ରୁବ। ଘରେ ଟଙ୍କାଟିଏ ନାହିଁ। ଏପରିସ୍ଥିତିରେ ଧ୍ରୁବଙ୍କ ମୃତଦେହ ଘରକୁ କେମିତି ଆସିବ? ସେହି ଚିନ୍ତାରେ ପରିବାର ଲୋକେ ପଡ଼ିଯାଇଛନ୍ତି। ଧ୍ରୁବଙ୍କ ମୃତଦେହ ଗାଁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିବାର ଲୋକେ।

ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Migrants Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe