Advertisment

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାକୁ ଆସୁଛି ମୃତଦେହ!

ଗାଁରେ କାମ ମିଳିଲା ନାହିଁ। ତେଣୁ ପରିବାର ଭରଣପୋଷଣ ପାଇଁ ଛତ୍ରପୁର ଥାନା ତେଲପଲ୍ଲୀ ଗାଁର ୩୭ ବର୍ଷୀୟ ଯୁବକ ପୁରୁଷୋତ୍ତମ ସାହୁ ବାହରେନ ଯାଇଥିଲେ। ସେଠାରେ ସେ NSH କମ୍ପାନୀରେ କାମ କରୁଥିଲେ।

ଅଦ୍ୟତନ ହୋଇଛି
Ganjam

Ganjam

Advertisment

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମକୁ ଆସୁଛି ମୃତଦେହ? ଏ ମୃତଦେହ ଜଣେ ପ୍ରବାସୀଙ୍କର। ଯିଏ ଗାଁରେ ପରିବାର ପାଇଁ ଦାନା ଗଣ୍ଡାଏ ଯୋଗାଡ଼ କରିପାରିଲେ ନାହିଁ। ସେଥିପାଇଁ ଧାଇଁ ଯାଇଥିଲେ ବାହରେନ। ହେଲେ ସେଠି ଜୀବନ ଯୁଦ୍ଧରେ ହାରିଗଲେ। କାମ କରୁଥିବା ବେଳେ ଟଳିପଡ଼ିଲେ। ହେଲେ ମୃତଦେହ ଗାଁକୁ ଆଣିବା ପାଇଁ ପରିବାର ଆର୍ଥିକ ସମ୍ୱଳ ନାହିଁ। ତେଣୁ ବାହରେନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡାକ୍ତର ଅରୁଣ କୁମାର ପ୍ରହରାଜଙ୍କ ସହଯୋଗରେ ଗାଁକୁ ଫେରୁଛି ମୃତଦେହ।

Advertisment

ଗାଁରେ କାମ ମିଳିଲା ନାହିଁ। ତେଣୁ ପରିବାର ଭରଣପୋଷଣ ପାଇଁ ଛତ୍ରପୁର ଥାନା ତେଲପଲ୍ଲୀ ଗାଁର ୩୭ ବର୍ଷୀୟ ଯୁବକ ପୁରୁଷୋତ୍ତମ ସାହୁ ବାହରେନ ଯାଇଥିଲେ। ସେଠାରେ ସେ NSH କମ୍ପାନୀରେ କାମ କରୁଥିଲେ। ଶନିବାର ସେ କମ୍ପାନୀରେ କାମ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ସାଥୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ରିପୋର୍ଟ ଅନୁସାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି।

ବାହରେନରେ ମୃତ୍ୟୁ ହୋଇଥିବା ଯୁବକ ପୁରୁଷୋତ୍ତମଙ୍କ ମୃତଦେହ ଗାଁକୁ କେମିତି ଫେରିବ? ସେହି ଚିନ୍ତାରେ ପଡ଼ିଗଲେ ସାଥୀମାନେ। ସେଥିପାଇଁ ସେମାନେ ବାହରେନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡାକ୍ତର ଅରୁଣ କୁମାର ପ୍ରହରାଜଙ୍କୁ ଜଣାଇଥିଲେ। ଏହା ପରେ ସେ ଭାରତ ସରକାରଙ୍କ ରାଷ୍ଟ୍ରଦୂତ ଓ କମ୍ପାନୀ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ପ୍ରାୟ ତିନି ଦିନ ପରେ ପୋଷ୍ଟମର୍ଟମ ରିପୋର୍ଟ ଓ ପୁଲିସ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ କ୍ଲିୟରାନ୍ସ ମିଳିବା ପରେ ପୁରୁଷୋତ୍ତମଙ୍କ ମୃତଦେହ ଓଡ଼ିଶା ଅଭିମୁଖେ ଆସୁଛି। ମିଳିଥିବା ସୂଚନା ଅନୁସାରେ ପୁରୁଷୋତ୍ତମଙ୍କ ମୃତଦେହ ବହାରିନ୍‌ରୁ ଏୟାର ଇଣ୍ଡିଆ ବିମାନରେ ନୂଆଦିଲ୍ଲୀ ଆସିଛି। ଦିଲ୍ଲୀରୁ ତାଙ୍କ ମୃତଦେହ ବିଶାଖାପାଟନମ୍‌କୁ ଆସିବ। ଆଜି ମୃତଦେହ ଗାଁରେ ପହଞ୍ଚିବ ବୋଲି ଜଣାପଡ଼ିଛି।

Advertisment

ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡ଼ିଛି ପୂରା ପରିବାର। ପୁରୁଷୋତ୍ତମଙ୍କୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି ତାଙ୍କ ପତ୍ନୀ। ମର ଶରୀର ଗାଁକୁ ଆଣିବାରେ ସାହାଯ୍ୟ କରିଥିବା ଓଡ଼ିଆ ସମାଜ ପ୍ରତିଷ୍ଠାତା ଡାକ୍ତର ଅରୁଣ କୁମାର ପ୍ରହରାଜଙ୍କୁ ପରିବାର ସଦସ୍ୟମାନେ ଧନ୍ୟବାଦ ଦେଇଛନ୍ତି।

ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe