Advertisment

ମେରୁ ଯାତ୍ରା ସମୟରେ ଅଘଟଣ,ପୋଖରୀରେ ବୁଡ଼ିଗଲେ ନାବାଳକ

ବଦ୍ରି ଓ ତାଙ୍କ ସମ୍ପର୍କୀୟ ଭଉଣୀ ପୋଖରୀ ପାଖରେ ଖେଳୁଥିଲେ।

Pond

Pond

Advertisment

ମେରୁ ଯାତ୍ରା ସମୟରେ ଅଘଟଣ ଘଟିଛି। ପୋଖରୀରେ ବୁଡି ୭ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୯ବର୍ଷ ସମ୍ପର୍କୀୟ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦକୋଟ ଗ୍ରାମରେ। ଆହତ ଶିଶୁକନ୍ୟାକୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି। ମୃତ ଶିଶୁପୁତ୍ର ଜଣଙ୍କ ହେଲେ ବଦ୍ରି ପାହାନ।

Advertisment

ଆଜି ମେରୁ ଯାତ୍ରା ପାଇଁ ମର୍ଦକୋଟ ମା’ କାଳୀଙ୍କ ମନ୍ଦିର ନିକଟରେ ଗହଳି ଲାଗିଥିଲା। ବଦ୍ରି ଓ ତାଙ୍କ ସମ୍ପର୍କୀୟ ଭଉଣୀ ପୋଖରୀ ପାଖରେ ଖେଳୁଥିଲେ।ଏହି ସମୟରେ ସେମାନଙ୍କ ଗୋଡ଼ ଖସିଯାଇଥିଲା। ଉଭୟେ ପାଣିରେ ବୁଡ଼ି ଯାଇଥିଲେ।

ଗ୍ରାମବାସୀ ବୁଡ଼ିଯାଉଥିବା ଦେଖି ଦୁଇ ଶିଶୁଙ୍କୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ବଦ୍ରିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶିଶୁକନ୍ୟାକୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରିଥିଲେ। ମା’ କାଳୀଙ୍କ ମେରୁଯାତ୍ରା ବେଳେ  ଏଭଳି ଅଘଟଣ ଘଟିଥିବାରୁ ଗାଁରେ ଶୋକର ଛାୟା ଖେଳି ଯାଇଛି l

Advertisment
Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe