/odisha-reporter/media/post_attachments/uploadimage/library/16_9/16_9_0/Murder_1688007078.jpg)
Murder
ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ ଡବଲ ମର୍ଡର। ୨ଜଣ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଜାଳି ଦେଇଛନ୍ତି ଦୁର୍ବୃତ୍ତ। ମୃତକ ଦ୍ୱୟ ହେଲେ ଶିବ ଗୌଡ଼ ଓ ଲିଟୁ ଗୌଡ଼। ଶିବ ଓ ଲିଟୁ ସମ୍ପର୍କୀୟ ବୋଲି ଜଣାପଡ଼ିଛି।
Advertisment
ଗତକାଲି ବିଳମ୍ବିତ ରାତିରେ ଗାଁ ଭିତରେ ଶିବ ଓ ଲିଟୁଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ପରେ ଗାଁ ମୁଣ୍ଡରେ ଜାଳି ଦଇଥିଲେ। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ।
ଦିଗପହଣ୍ଡି ଥାନା ପୁଲିସ ଓ ଚିକିଟି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଏହାସହ ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।
Advertisment
କେଉଁ କାରଣ ପାଇଁ ଏହି ଦୁଇ ଜଣଙ୍କ ଦୁର୍ବୃତ୍ତମାନେ ହତ୍ୟା କଲେ ପୁଲିସ ତଦନ୍ତ କରିବା ସହ ପରିବାର ବର୍ଗ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
