Advertisment

ଦିଗପହଣ୍ଡିରେ ଡବଲ ମର୍ଡର, ୨ଜଣଙ୍କୁ ହତ୍ୟା କରି ଜାଳିଦେଲେ

ଗତକାଲି ବିଳମ୍ବିତ ରାତିରେ ଗାଁ ଭିତରେ ଶିବ ଓ ଲିଟୁଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ।

ଅଦ୍ୟତନ ହୋଇଛି
Murder

Murder

Advertisment

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁଡ଼ା ଗାଁରେ ଡବଲ ମର୍ଡର। ୨ଜଣ ବ୍ୟକ୍ତିଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଜାଳି ଦେଇଛନ୍ତି ଦୁର୍ବୃତ୍ତ। ମୃତକ ଦ୍ୱୟ ହେଲେ ଶିବ ଗୌଡ଼ ଓ ଲିଟୁ ଗୌଡ଼। ଶିବ ଓ ଲିଟୁ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଗାଁ ଭିତରେ ଶିବ ଓ ଲିଟୁଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ପରେ ଗାଁ ମୁଣ୍ଡରେ ଜାଳି ଦଇଥିଲେ।  ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ। 

ଦିଗପହଣ୍ଡି ଥାନା ପୁଲିସ ଓ ଚିକିଟି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଏହାସହ ଅଭିଯୁକ୍ତମାନଙ୍କୁ ଧରିବାକୁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

Advertisment

କେଉଁ କାରଣ ପାଇଁ ଏହି ଦୁଇ ଜଣଙ୍କ ଦୁର୍ବୃତ୍ତମାନେ ହତ୍ୟା କଲେ ପୁଲିସ ତଦନ୍ତ କରିବା ସହ ପରିବାର ବର୍ଗ ଓ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି।

Odisha Police Ganjam Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe