Advertisment

ଘରେ ଏକା ଥିଲେ ମହିଳା, ରାତି ଅଧରେ ହାଣି ଦେଲେ ଦୁର୍ବୃତ୍ତ

ପାଖପଡ଼ୋଶୀ ଗତ ରାତିରେ କିଛି ଟେର ପାଇପାରି ନଥିବା ବେଳେ ଆଜି ସକାଳେ ସୁପ୍ରଭାଙ୍କ କବାଟ ଖୋଲାଥିବା ବେଳେ ତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଅଦ୍ୟତନ ହୋଇଛି
Murder

Murder

Advertisment

ଘର ଭିତରୁ ଉଦ୍ଧାର ହେଲା ମହିଳାଙ୍କ ରକ୍ତାକ୍ତ ମୃତଦେହ । କେହି ଦୁର୍ବୃତ୍ତ ଲୁଟ୍‌ ଉଦ୍ଦେଶ୍ୟରେ ଘରେ ପଶି ତାଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ଏପରି ଚାଞ୍ଚଲ୍ୟକର ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମର ବଡ଼ଦାଣ୍ଡ ସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି । ମୃତ ମହିଳା ହେଲେ ରାଧାଶ୍ୟାମ ଚୌଧୁରୀଙ୍କ ସ୍ତ୍ରୀ ସୁପ୍ରଭା ଚୌଧୁରୀ । ତାଙ୍କୁ ୪୫ ବର୍ଷ ହୋଇଥିଲା। 

Advertisment

ରାଧାଶ୍ୟାମଙ୍କ ପରିବାର କହିଲେ ପତ୍ନୀ ସୁପ୍ରଭା ଓ ୨ ପୁଅ। ରାଧାଶ୍ୟାମ ବଜାରରେ ଏକ ତେଜରାତି ଦୋକାନ କରିଥିବା ବେଳେ ସେଠାରେ ରାତିରେ ଶୋଉଥିଲେ। ୨ ପୁଅ ବି ବାହାରେ ରହୁଥିବାରୁ ଅଧିକାଂଶ ଦିନ ସୁପ୍ରଭା ଘରେ ଏକାକୀ ରହିଥାନ୍ତି।

ଗତ ରାତିରେ ସୁପ୍ରଭା ଘରେ ଏକୁଟିଆ ଥିବା ବେଳେ ଏହାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶିଥିବା ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ଦେଶ୍ୟରେ ଘରେ ପଶିଥିବା ବେଳେ ସୁପ୍ରଭାଙ୍କର ସେମାନଙ୍କ ସହ ମୁହାଁମୁହିଁ ହୋଇଥିବା ଅନୁମାନ କରାଯାଉଛି। ଏହାପରେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ସୁପ୍ରଭାଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଚୋଟ ମାରିଥିଲେ। ଫଳରେ ଅତ୍ୟଧିକ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।

Advertisment

ଏ ସମ୍ପର୍କରେ ପାଖପଡ଼ୋଶୀ ଗତ ରାତିରେ କିଛି ଟେର ପାଇପାରି ନଥିବା ବେଳେ ଆଜି ସକାଳେ ସୁପ୍ରଭାଙ୍କ ଘର କବାଟ ଖୋଲାଥିବା ବେଳେ ତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଘରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ରାଧାଶ୍ୟାମଙ୍କୁ ଜଣାଇବା ସହ ପୁଲିସ୍‌କୁ ବି ଖବର ଦେଇଥିଲେ।

ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘର ସାରା ଜିନିଷ ଛିନଛତ୍ର ହୋଇ ପଡ଼ିଥିବାରୁ ଲୁଟ୍‌ ଉଦ୍ଦେଶ୍ୟରେ କେହି ଏପରି ହତ୍ୟାକାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe